ତମକୁର ଲୋକସଭା ଆସନରୁ ଲଢିବେ ଦେବେଗୌଡା
ତମକୁର ଲୋକସଭା ଆସନରୁ ଲଢିବେ ଦେବେଗୌଡା
admin
Mar 24, 2019 - 08:19
Updated: Mar 24, 2019 - 08:19
ବେଙ୍ଗାଲୁରୁ:ଜେଡିଏସ୍ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେଗୌଡା ଚଳିତ ଲୋକସଭା ନିର୍ବାଚନ ଲଢିବେ । ସେ ଦକ୍ଷିଣ କର୍ଣ୍ଣାଟକର ତମକୁର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୫ ତାରିଖରେ ସେ ଏହି ଆସନରୁ ନିଜର ନାମାଙ୍କପତ୍ର ଦାଖଲ କରିବେ । ରାଜ୍ୟ ରାଜଧାନୀ ବେଙ୍ଗାଲୁରୁ ଠାରୁ ତମକୁରର ଦୂରତା ପ୍ରାୟ ୭୦ କିମି । ସେ ଜେଡିଏସ୍-କଂଗ୍ରେସର ମିଳିତ ପ୍ରାର୍ଥୀ ହେବେ । ରାଜ୍ୟରେ ଏବେ ଜେଡିଏସ୍-କଂଗ୍ରେସ ସରକାର ଚାଲିଥିଲା ବେଳେ ଉଭୟ ଦଳ ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ହୋଇଛି । ପୂର୍ବରୁ ୮୫ ବର୍ଷୀୟ ଦେବେଗୌଡା ହାସନ ଲୋକସଭା ଆସନରୁ ନିର୍ବାଚନ ଲଢି ଆସିଥିଲେ । ମାତ୍ର ଏଥର ନିଜ ନିର୍ବାଚନ ମଣ୍ଡଳୀ ବଦଳାଇବାକୁ ପଡିଛି । ୧୯୯୧ରୁ ସେ ଏହି ଆସନରୁ ଲଗାତର ୬ଥର ଲଢି ଜିତି ଥିଲେ । ଗୌଡା ପରିବାର ପାଇଁ ଏହା ପାରମ୍ପରିକ ଆସନ ଭାବେ ପରିଚିତ । ମାତ୍ର ଏଥର ସେ ନିଜ ନାତି ପ୍ରଜ୍ୱଳ ପାଇଁ ଏହି ଆସନ ଛାଡିଛନ୍ତି । ପ୍ରଜ୍ୱଳ ପ୍ରଥମ କରି ଏଥର ଲୋକସଭା ଲଢୁଛନ୍ତି । ପ୍ରଜ୍ୱଳ ହେଉଛନ୍ତି ଦେବେଗୌଡାଙ୍କ ଦ୍ୱିତୀୟ ପୁତ୍ର ତଥା ରାଜ୍ୟର ପୁର୍ତ ମନ୍ତ୍ରୀ ଏଚ୍.ଡି ରେବଣାଙ୍କ ପୁଅ ।