ଜେଲରେ ପରିବା ଚାଷ କରୁଛନ୍ତି ରାମରହିମ

ଜେଲରେ ପରିବା ଚାଷ କରୁଛନ୍ତି ରାମରହିମ

ଜେଲରେ ପରିବା ଚାଷ କରୁଛନ୍ତି ରାମରହିମ
ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମ ୨ ବର୍ଷ ତଳେ ୨୦୧୭ ମସିହା ଅଗଷ୍ଟ ୨୫ ତାରିଖରେ ଜେଲରେ ବନ୍ଦୀ ହୋଇଥିଲେ । ବଳାକ୍ରାର ଓ ହତ୍ୟା ମାମଲାରେ ଦଣ୍ଡିତ ହୋଇ କଏଦୀ ନମ୍ବର ୮୬୪୭ ଭାବେ ହରିୟାନାର ସୁନରିୟା ଜେଲରେ ସେ ଏବେ ଜୀବନ ବିତାଉଛନ୍ତି । ଦିନେ ରାଜକୀୟ ଜୀବନ ବିତାଉଥିବା ରାମ ରହିମ ଏବେ ଅତି ସାଧାରଣ ମଣିଷର ଜୀବନ ବଞ୍ଚୁଥିବା ଜଣାପଡ଼ିଛି । ସେ ଦୈନିକ ୪୦ ଟଙ୍କା ମଜୁରୀରେ ଜେଲ ପରିସରରେ ଥିବା ଖାଲି ପଡ଼ିଆରେ ପନିପରିବା ଚାଷ କରୁଛନ୍ତି । ୨ ବର୍ଷ ମଧ୍ୟରେ ପରିବା ଚାଷ କରି ସେ ୧୮ ହଜାରରୁ ଉଦ୍ଧ୍ୱର୍ ଟଙ୍କା ରୋଜଗାର କରିସାରିଲେଣି । ସୁନରିୟା ଜେଲରେ ଏକ ସ୍ୱତନ୍ତ୍ର କୋଠରୀରେ ଅନ୍ୟ କଏଦୀମାନଙ୍କ ଠାରୁ ଦୂରରେ ରାମ ରହିମଙ୍କୁ ରଖାଯାଇଛି । ସେହି ରହିବା ପରଠାରୁ ଏହି ଜେଲକୁ ଅତି ସମ୍ବେଦନଶୀଳ ଜେଲରେ ପରିଣତ କରାଯିବା ସହ ସୁରକ୍ଷା ପାଇଁ ପାରା ମିଲିଟାରୀ ଫୋର୍ସଙ୍କୁ ମୁତୟନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଇତି ମଧ୍ୟରେ ପାରୋଲରେ ବାହାରିବାକୁ ରାମ ରହିମ ଦୁଇ ଦୁଇଥର ଆବେଦନ କରିଥିଲେ ମଧ୍ୟ ତାଙ୍କର ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି ।