ଏମଟିଭି ଶୋ’ରେ ପ୍ରକୃତି ମିଶ୍ର

ଏମଟିଭି ଶୋ’ରେ ପ୍ରକୃତି ମିଶ୍ର

ଏମଟିଭି ଶୋ’ରେ ପ୍ରକୃତି ମିଶ୍ର
ଭୁବନେଶ୍ୱର: ପୁଣି ଜାତୀୟ ସ୍ତରରେ ଓଡ଼ିଆ ଝିଅଙ୍କ ସଫଳତା । ଲୋକପି୍ରୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଏମଟିଭି ରେ ପ୍ରସାରିତ ରିଆଲିଟି ଶୋ’ଏସ୍ ଏଫ ସ୍ପେସ୍ ସିଜିନ ୨ରେ ପ୍ରବେଶ କରିଛନ୍ତି । ଗତକାଲିଠୁ ଏହି ଶୋ’ଆରମ୍ଭ ହୋଇଥିବା ବେଳେ ଆଜି ବିଧିବଦ୍ଧ ଭାବେ ପ୍ରସାରିତ ହୋଇଛି । ଏହି ସୋ’ଆସନ୍ତା ଏକ ମାସ ଧରି ପ୍ରତ୍ୟହ ସନ୍ଧ୍ୟା ୬ ରୁ ୭ଟା ମଧ୍ୟରେ ପ୍ରସାରିତ ହେବ । ଆଜି ଏହି ଗଜଲ ପରିବେଷଣ କରି ମଞ୍ଚ ପ୍ରବେଶ କରିଥିଲେ ପ୍ରକୃତି । ଏହା ପରେ ଓଡ଼ିଶାର ସ୍ୱତନ୍ତ୍ର ଏବଂ ନିଆରା ପ୍ରତିଯୋଗିତା ବୋଲି ଜୁରି ତାଙ୍କୁ ସମ୍ବୋଧନ କରିଥିଲେ । ଏକ ମାସ ପ୍ରସାରିତ ହେବା ପରେ ଭୋଟିଂ କାର୍ଯ୍ୟକ୍ରମ ଆରମ୍ଭ ହେବ । ଯେଉଁଥିରେ ଭୋଟ ଜରିଆରେ ଦର୍ଶକମାନେ ପ୍ରତିଯୋଗୀଙ୍କୁ ଆଗକୁ ଯିବାକୁ ସହଯୋଗ କରିବେ । ବିଶେଷ କରି ଯୁବପିଢ଼ି ନିମନ୍ତେ ଏହି ଶୋ’ର ପରିକଳ୍ପନା କରାଯାଇଛି । ବିଗ୍ବସ ପରି ଏହି ଶୋ’ ହୋଇଥିବା ବେଳେ ଏକମାସ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କ ପାଇଁ ପରିବାର ଲୋକଙ୍କ ସହିତ ଯୋଗାଯୋଗ ବନ୍ଦ କରାଯାଇଛି । ପ୍ରକୃତି ଅନେକ ଚଳଚ୍ଚିତ୍ରରେ ନିଜ ପ୍ରତିଭାର ନିଦର୍ଶନ ଦେଇଥିବା ବେଳେ ସେ ସଙ୍ଗୀତ ନିଦେ୍ର୍ଧଶକ ମନ୍ମଥ ମିଶ୍ରଙ୍କ ସୁକନ୍ୟା ।