ରେଷ୍ଟୁରାଣ୍ଟ ଖୋଲିବାଠୁ ବନ୍ଧୁକ କିଣିବା ସହଜ

ରେଷ୍ଟୁରାଣ୍ଟ ଖୋଲିବାଠୁ ବନ୍ଧୁକ କିଣିବା ସହଜ

ରେଷ୍ଟୁରାଣ୍ଟ ଖୋଲିବାଠୁ ବନ୍ଧୁକ କିଣିବା ସହଜ
ରେଷ୍ଟୁରାଣ୍ଟ ଖୋଲିବାକୁ ୩୬ ମଞ୍ଜୁରି ଲୋଡ଼ା, ବନ୍ଧୁକ କିଣିବା ପାଇଁ ଦରକାର ମାତ୍ର ୧୯ ଭାରତରେ ରେଷ୍ଟୁରାଣ୍ଟ ଖୋଲିବା ଠାରୁ ବନ୍ଧୁକ କିଣିବା ସହଜ । ରେଷ୍ଟୁରାଣ୍ଟଟିଏ ଖୋଲିବା ପାଇଁ ନାନା ପ୍ରକାର ଦସ୍ତାବିଜ ଦରକାର ହେଉଛି । ଏକାଧିକ ମଞ୍ଜୁର ପାଇବା ପରେ ଯାଇ ଜଣେ ରେଷ୍ଟୁରାଣ୍ଟଟିଏ ଖୋଲିପାରୁଛି । ଅନ୍ୟ ପକ୍ଷରେ ବନ୍ଧୁକ ତଥା ବାଣ ଲାଇସେନ୍ସ ପାଇବା ପାଇଁ ଏତେ ପରିଶ୍ରମ କରିବାକୁ ପଡୁନାହିଁ । ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୯-୨୦ରେ ଏହା ଉଲ୍ଲେଖ କରାଯାଇଛି । ଦେଶରେ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ ର୍ୟାଙ୍କ ବଢ଼ାଇବା ପାଇଁ ସରକାର କାର୍ଯ୍ୟ କରୁଥିବା ବେଳେ ଏହା ଏକ ପ୍ରକାର ପ୍ରଶ୍ନ ଛିଡ଼ା କରନ୍ତି । ଭାରତୀୟ ଜାତୀୟ ରେଷ୍ଟୁରାଣ୍ଟ ସଂଘ (ଏନଆରଏଆର) ଅନୁସାରେ ବେଙ୍ଗାଲୁରୁରେ ଏକ ରେଷ୍ଟୁରାଣ୍ଟ ଖୋଲିବ ପାଇଁ ୩୬ ମଞ୍ଜୁର ଦରକାର ହେଉଛି । ଅନ୍ୟ ପକ୍ଷରେ ଦିଲ୍ଲୀ ଏବଂ କୋଲକାତାରେ ‘ପୁଲିସ ଇଟିଂ ହାଇସ ଲାଇସେନ୍ସ’ ବି ଲୋଡା ହେଉଛି । ଦିଲ୍ଲୀ ପୁଲିସ ଠାରୁ ଏହି ଲାଇସେନ୍ସ ହାସଲ କରିବା ପାଇଁ ୪୫ଟି ଦସ୍ତାବିଜ ଆବଶ୍ୟକ ହେଉଛି । ଏହା ବନ୍ଧୁକ ଏବଂ ବାଣ ଲାଇସେନ୍ସ ପାଇଁ ଆବଶ୍ୟକ ହେଉଥିବା ଦସ୍ତାବିଜ ପରିମାଣଠାରୁ ଢେ଼ର ମାତ୍ରାରେ ଅଧିକ । ସୂଚନାଯୋଗ୍ୟ, ବନ୍ଧୁକ ଏବଂ ବାଣ ଲାଇସେନ୍ସ ପାଇବା ପାଇଁ ଯଥାକ୍ରମେ ୧୯ ଓ ୧୨ଟି ଦସ୍ତାବିଜ ଲୋଡ଼ା । ସର୍ଭେରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଆଇନଗତ ମଞ୍ଜୁରୀ ପାଇବା ପାଇଁ ରେଷ୍ଟୁରାଣ୍ଟ ଭଳି ସେବା କ୍ଷେତ୍ର ନାନା ସମସ୍ୟା ତଥା ବାଧାର ସାମ୍ନା କରୁଛି । ବିଶ୍ୱର ଯେ କୌଣସି ପ୍ରାନ୍ତରେ ଅଭିବୃଦ୍ଧି ଏବଂ ନିଯୁକ୍ତି ବଢ଼ାଇବାରେ ବାର ଏବଂ ରେଷ୍ଟୁରାଣ୍ଟ ଶିଳ୍ପର ଅବଦାନ ଗୁରୁତ୍ୱପୂର୍ଣ୍ଣରହିଛି । ତଥାପି ଭାରତରେ ଏକ ରେଷ୍ଟୁରାଣ୍ଟ ଆରମ୍ଭ କରିବାରେ ଅନେକ ସମସ୍ୟା ଦେଖାଦେବା ଦୁର୍ଭାଗ୍ୟର ବିଷୟ । ଏକ ରେଷ୍ଟୁରାଣ୍ଟ ଆରମ୍ଭ କରିବା ପାଇଁ ଭାରତରେ ସର୍ବାଧିକ ଲାଇସେନ୍ସ ଲୋଡ଼ାଯାଉଛି । ଚୀନ ଓ ସିଙ୍ଗାପୁରରେ ଏଥିପାଇଁ ମାତ୍ର ୪ଟି ଲାଇସେନ୍ସ ସରକାର ହେଉଥିବା ବେଳେ ଭାରତରେ ବିଭିନ୍ନ ପ୍ରକାର ବାଧ୍ୟତାମୂଳକ ଲାଇସେନ୍ସ ଏବଂ ମଞ୍ଜୁରୀ ଦରକାର ହେଉଛି ।