ଧାତୁକୁ ପଥରରେ ପରିଣତ କରୁଥିବା ଝରଣା

ଧାତୁକୁ ପଥରରେ ପରିଣତ କରୁଥିବା ଝରଣା

ଧାତୁକୁ ପଥରରେ ପରିଣତ କରୁଥିବା ଝରଣା
ଇଂଲଣ୍ଡର ନର୍ଥ୍ ୟର୍କସାୟାର ଅନ୍ତର୍ଗତ ନରେସ୍ବାରୋ ଏକ ପ୍ରାଚୀନ ଐତିହାସିକ ନଗରୀ । ଅନେକ ପ୍ରାଚୀର ସ୍ଥାପତ୍ୟ-ଭାସ୍କର୍ଯ୍ୟ ସହ ଏକ ରହସ୍ୟମୟ ଝରଣା ପାଇଁ ଏହା ପ୍ରସିଦ୍ଧ । ଏହି ଝରଣା ପାଣି ସଂସ୍ପର୍ଶରେ ଆସୁଥିବା ଧାତବ ପଦାର୍ଥ ଅଳ୍ପ କିଛି ଦିନ ମଧ୍ୟରେ ପଥର ପାଲଟିଯାଉଥିବା ଜଣାଯାଏ । ତେବେ କେଉଁ କାରଣରୁ ଏଭଳି ଘଟୁଛି ଏ ଯାଏ ରହସ୍ୟମୟ ହୋଇରହିଛି । ବିଜ୍ଞାନୀଙ୍କ ପାଖରେ ସୁଦ୍ଧା ଏହାର ଉତ୍ତର ନାହିଁ । ଏକଦା ଲୋକେ ଏହି ଝରଣା ପାଣିରେ ସ୍ନାନ କରୁଥିଲେ । ସେତେବେଳେ ଏହାର ଦୁର୍ଗୁଣଟି ଜଣା ନଥିଲା । ସେଠାକାର ଜଳ ସଂସ୍ପର୍ଶରେ ଆସି ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଧାତବ ସାମଗ୍ରୀ ପଥର ପାଲଟୁଥିବା କଥା ଜଣାପଡ଼ିବା ପରେ, ଆଉ ଭୟରେ ଆଉ କେହି ସ୍ନାନ କରୁନାହାନ୍ତି ।