ଆସୁଛି ଦୁଇଟି ଲଘୁଚାପ

ଆସୁଛି ଦୁଇଟି ଲଘୁଚାପ

ଆସୁଛି ଦୁଇଟି ଲଘୁଚାପ
ଭୁବନେଶ୍ୱର: ଆଗକୁ ବଡ଼ ବର୍ଷା ଆସୁଛି । ଗୋଟିଏ ଲଘୁଚାପ ଓଡ଼ିଶ ଉପରୁ ହଟି ମଧ୍ୟପ୍ରଦେଶ ପଳାଇଥିବା ବେଳେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ । ଏହା ଆସନ୍ତା ୨୮ ତାରିଖବେଳକୁ ଲଘୁଚାପରେ ପରିଣତ ହେବ । ଯାହାକି ୩୦ ଯାଏ ବର୍ଷା କରାଇବ । ପୁଣି ୨ ତାରିଖ ବେଳକୁ ଆସିବ ଆଉ ଏକ ଲଘୁଚାପ । ଏହା ୨ ରୁ ୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିକ । ଏମିତି ପୂର୍ବାନୁମାନରୁ ଆଗକୁ ବଡ଼ ବର୍ଷା ଆଶଙ୍କା କରାଯାଉଛି । କୃଷି ପାଣିପାଗ ବିଷାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁଯାୟୀ ଓଡ଼ିଶା ଉପରେ ଥିବା ଲଘୁଚାପ ଏବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ରହିବ । ଏହା ପଶ୍ଚିମ ଦିଗରେ ଗତି କରି ଗୁଜରାଟ ଆଡ଼କୁ ମୁହାଁଇବ । ଏହା ପ୍ରଭାବରେ ଆସନ୍ତା ୨୬ ଓ ୨୭ ତାରିଖରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ।