ରାଜଧାନୀରେ ଲୁଟେରାଙ୍କ ଆତଙ୍କ

ରାଜଧାନୀରେ ଲୁଟେରାଙ୍କ ଆତଙ୍କ

ରାଜଧାନୀରେ ଲୁଟେରାଙ୍କ ଆତଙ୍କ
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଲୁଟେରାଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୁଟ୍‌ ପାଇଁ ସେମାନେ ଯାତ୍ରୀ ଏବଂ ପଥଚାରୀଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଉନାହାନ୍ତି। ବୁଧବାର ଭୋର ସମୟରେ ଏପରି ଏକ ଘଟଣା ଘଟିଛି। କାରଗିଲ ରୋଡ୍‌ରେ ବାଇକରେ ଆସୁଥିବା ଜଣେ ଯୁବକ ଏବଂ ଜଣେ ମହିଳାଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ କରିଛନ୍ତି। ସମ୍ପୃକ୍ତ ମହିଳା ଜଣେ ଯୁବକଙ୍କ ସହିତ ବାଇକରେ ମାଷ୍ଟରକ୍ୟାଣ୍ଟିନ ଆଡକୁ ଆସୁଥିଲେ। ଭୋର ସମୟରେ ୩ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ କରି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଭୁବନେଶ୍ଵରରେ ସହରବାସୀ ବାରମ୍ବାର ଲୁଟେରାଙ୍କ ଆକ୍ରମଣର ଶିକାର ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ କମିଶନରେଟ ପୁଲିସର ନିଷ୍କ୍ରିୟତାକୁ ଲୋକେ ଦାୟୀ କରିଛନ୍ତି।