ଆଜି ବିଧାନସଭା ଛୁଟି

ଆଜି ବିଧାନସଭା ଛୁଟି

ଆଜି ବିଧାନସଭା ଛୁଟି
ଭୁବନେଶ୍ୱର:ଆଜି ବିଧାନସଭାର ଛୁଟି ରହିବ । ବାଚସ୍ପତି ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି । ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ୨୯ ତାରିଖ ଅଧିବେଶନ ବନ୍ଦ କରିବାକୁ ପ୍ରସ୍ତାବ ଆଣିଥିଲେ । ବାଚନିକ ଭୋଟରେ ଏହା ଗୃହୀତ ହେବା ପରେ ବାଚସ୍ପତି ଛୁଟି ଘୋଷଣା କରିଥିଲେ । ଆଜି ଉପସ୍ଥାପିତ ହେବାକୁ ଥିବା ପ୍ରଶ୍ନଗୁଡିକ ଗୃହରେ ଆସନ୍ତା ୧ ତାରିଖ ଦିନ ଉପସ୍ଥାପିତ ହେବ । ସୋମବାର ଠାରୁ ବଜେଟ ଉପରେ ସାଧାରଣ ଆଲୋଚନା କରାଯିବାକୁ ଥିବାରୁ ବିଧାୟକ ମାନଙ୍କୁ ପ୍ରସ୍ତୁତ ହେବାକୁ ଶନିବାର ଛୁଟି ଦିଆଯାଇଛି ।