ପାକିସ୍ତାନରେ ଖୋଲିଛି ବିଜେପିର ଶାଖା !

ପାକିସ୍ତାନରେ ଖୋଲିଛି ବିଜେପିର ଶାଖା !

ପାକିସ୍ତାନରେ  ଖୋଲିଛି ବିଜେପିର ଶାଖା !
ନୂଆଦିଲ୍ଲୀ : ପାକିସ୍ତାନରେ ବିଜେପିର ଶାଖା ଖୋଲିଛି । ପାକର ବେଲୁଚିସ୍ତାନରେ ବୁର୍ଖା ପିନ୍ଧା ମହିଳାଙ୍କ ଠାରୁ ନେଇ ଅନେକ ସମର୍ଥକ ବିଜେପି ପତାକା ଧରିଛନ୍ତି । ବିଜେପି ସପକ୍ଷରେ ନାରାବାଜି ବି ହେଉଛି । ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଫେସବୁକ, ହ୍ୱାଟସଆପ ଓ ଟ୍ୱିଟରରେ ଏମିତି ଭିଡ଼ିଓ ଭାଇରାଲ ହେବା ପରେ ଦେଶରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ତେବେ ଏନେଇ ଜାତୀୟ ଗଣମାଧ୍ୟମଗୁଡ଼ିକ ଛାନଭିନ ଆରମ୍ଭ କରିଦେଇଥିଲେ । ବିଭିନ୍ନ ପ୍ରକାର ୟୂଟୁ୍ୟବ ଭିଡ଼ିଓକୁ ଅନୁଶୀଳନ କରିବା ପରେ ଏହା ମିଛ କଥା ବୋଲି ଜାଣିବାକୁ ମିଳିଛି । ଭାଇରାଲ ହୋଇଥିବା ଭିଡ଼ିଓଟି ପାକିସ୍ତାନର ବେଲୁଚିସ୍ତାନର ନୁହେଁ । ଭିଡ଼ିଓଟି ଜାମ୍ମୁକାଶ୍ମୀରର ଅନନ୍ତନାଗ ଅଂଚଳର । ୨୦୧୯ରେ ସେଠାରୁ ବିଜେପି ସୋଫି ୟୂସୁଫଙ୍କୁ ପ୍ରାର୍ଥୀ କରିଥିଲା । ତାଙ୍କର ନାମାଙ୍କନ ପତ୍ର ପାଇଁ ଯେଉଁ ରାଲି ବାହାରିଥିଲା ତାହାର ଭିଡ଼ିଓ ନିଜେ ୟୂସୁଫ ଟ୍ୱିଟରରେ ଛାଡ଼ିଥିଲେ । ଉକ୍ତ ନିର୍ବାଚନରେ ୟୂସୂଫ ନାସନାଲ କନଫେରେନ୍ସର ପ୍ରାର୍ଥୀଙ୍କ ଠାରୁ ହାରି ଯାଇଥିଲେ ।