କର୍ଣ୍ଣାଟକ ରାଜନୀତି ସଂକଟ : ଗୁରୁବାର ଆସ୍ଥା ଭୋଟ

କର୍ଣ୍ଣାଟକ ରାଜନୀତି ସଂକଟ : ଗୁରୁବାର ଆସ୍ଥା ଭୋଟ

କର୍ଣ୍ଣାଟକ ରାଜନୀତି ସଂକଟ : ଗୁରୁବାର ଆସ୍ଥା ଭୋଟ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଥମିବାରେ ନାଁ ନେଉନାହିଁ। ସୋମବାର ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପରେ ଆସନ୍ତା ଗୁରୁବାର ଏହା ଉପରେ ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଛି। ଏହାପରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ। ଲୋକସଭାର ଉପଦେଷ୍ଟା ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଦରମେୟା କହିଛନ୍ତି ଯେ, ଉପଦେଷ୍ଟା ବ୍ୟାପାର କମିଟି ବୈଠକରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ତାରିଖ ଧାର୍ୟ୍ୟ କରାଯାଇଛି।