ବିଧାନସଭାରେ କଣ ଉତର ଦେଲେ ଗୃହରାଷ୍ଟ୍ର ମନ୍ତ୍ରୀ

ବିଧାନସଭାରେ କଣ ଉତର ଦେଲେ ଗୃହରାଷ୍ଟ୍ର ମନ୍ତ୍ରୀ

ବିଧାନସଭାରେ କଣ ଉତର ଦେଲେ ଗୃହରାଷ୍ଟ୍ର ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଖାଲିଥିବା ପୁଲିସ ପଦବୀ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର ‘ଏ’, ‘ବି’ ଓ ‘ସି’ ଗ୍ରୁପରେ ମୋଟ ୮୩୧୮ଟି ପଦବୀ ଖାଲି ରହିଛି । ଗ୍ରୁପ ‘ସି’ରେ ସର୍ବାଧିକ ୫୭୮୧ଟି ପଦବୀ ଖାଲି ପଡ଼ିଛି । ଗ୍ରୁପ ‘ବି’ରେ ୨୦୫୦ ଓ ଗ୍ରୁପ ‘ସି’ରେ ୪୮୭ ପଦବୀ ଖାଲି ରହିଛି । ସେହିପରି ବିଚାର ବିଭାଗୀୟ ତଦନ୍ତ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଦିବ୍ୟଶଙ୍କର ମିଶ୍ର ନିଜ ଉତ୍ତରରେ କହିଥିଲେ ଯେ, ୨୦୧୦ରୁ ଏଯାଏଁ ୯ଟି ବିଚାରବିଭାଗୀୟ ତଦନ୍ତ ନିଦେ୍ର୍ଧଶ ଦିଆଯାଇଛି । ସରକାର ୪ଟି ରିପୋର୍ଟ ପାଇଥିବାବେଳେ ବିଧାନସଭାରେ ୩ଟି ଉପସ୍ଥାପିତ ହୋଇସାରିଛି । ଚିଟଫଣ୍ଡ କମିଶନଙ୍କ ପାଇଁ ସର୍ବାଧିକ ୫କୋଟି ୫୫ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ରତ୍ନଭଣ୍ଡାର ଚାବି ହଜିବା ନେଇ କମିଶନଙ୍କ ପିଛା ୨୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ରତ୍ନଭଣ୍ଡାର ତଦନ୍ତ ରିପୋର୍ଟ ମିଳିସାରିଥିବାବେଳେ ତାହାର ତର୍ଜମା ଚାଲିଛି । କୁନ୍ଦୁଲି ଦୁଷ୍କର୍ମ, ଗୁମୁଡୁମାହା ଗୁଳିକାଣ୍ଡ ଓ ସମ ହସ୍ପିଟାଲ ମାମଲାର ରିପୋର୍ଟ ଆସିନାହିଁ । ପିପିଲି ଦୁଷ୍କର୍ମ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି