ଏକ ଅଭାବନୀୟ ଘଟଣା : ପିତାଙ୍କ ଚିତା ଜଳୁଥିଲାବେଳେ ଝିଅ ହଠାତ୍ ସେଇ ଚିତା ଉପରକୁ ଡେଇଁଲା

ଏକ ଅଭାବନୀୟ ଘଟଣା : ପିତାଙ୍କ ଚିତା ଜଳୁଥିଲାବେଳେ ଝିଅ ହଠାତ୍ ସେଇ ଚିତା ଉପରକୁ ଡେଇଁଲା

 ଏକ ଅଭାବନୀୟ ଘଟଣା : ପିତାଙ୍କ ଚିତା ଜଳୁଥିଲାବେଳେ ଝିଅ ହଠାତ୍ ସେଇ ଚିତା ଉପରକୁ ଡେଇଁଲା
ବାରମେର: ରାଜସ୍ଥାନର ବାରମେର ଜିଲା ଅନ୍ତର୍ଗତ ରାୟ କଲୋନୀରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ କରୋନା ଯୋଗୁ ଜଣେ ବ୍ୟକ୍ତି ମୃତୁ୍ୟବରଣ କରିବା ପରେ ସେଥିରେ ମ୍ରିୟମାଣ ହୋଇ ତାଙ୍କ ଝିଅ ତାଙ୍କ ଚିତା ଉପରକୁ ଡେଇଁ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁଯାୟୀ, ରାୟ କଲୋନୀର ଦାମୋଦର ଶାରଦା( ୭୩ ବର୍ଷ)ଙ୍କର ଗତକାଲି କରୋନା ଯୋଗୁ ମୃତୁ୍ୟ ହୋଇଥିଲା । ଅପରାହ୍ନରେ ତାଙ୍କର ଅତିମ ସଂସ୍କାର କରାଯାଇଥିଲା । ଅନ୍ତିମ ସଂସ୍କାର ଦେଖିବା ପାଇଁ ଶ୍ମଶାନକୁ ଯିବା ପାଇଁ ତାଙ୍କର ଜଣେ ଝିଅ ଚନ୍ଦ୍ରକଳା( ୩୪ ବର୍ଷ) ଜିଦ କରିଥିଲେ । ଏହାଯୋଗୁ ତାଙ୍କ ପରିବାର ଲୋକ ସେଥିପାଇଁ ସମ୍ମତି ଦେଇଥିଲେ । ତେବେ ପିତାଙ୍କ ଚିତା ଜଳୁଥିଲାବେଳେ ସେ ହଠାତ୍ ସେଇ ଚିତା ଉପରକୁ ଡେଇଁ ପଡିଥିଲେ । ତାଙ୍କର ଅନ୍ୟ ଜଣେ ଇଉଣୀ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ପୁଣି ଥରେ ଚିତା ଉପରକୁ ଡେଇଁ ପଡିଥିଲେ । ଶ୍ମଶାନରେ ନିୟୋଜିତ କର୍ମଚାରୀ ଓ ଅନ୍ୟ କିଛି ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ତାଙ୍କ ଦେହର ୬୦% ଅଂଶ ଜଳିଯାଇଛି । ତାଙ୍କୁ ପରେ ବାରମେରରୁ ଯୋଧପୁର ହସ୍ପିଟାଲକୁ ପଠାଯାଇଥିବାର ସୂଚନା ଦିଆଯାଇଛି ।