ଆଇପିଏଲର ବଳକା ମ୍ୟାଚ ଗୁଡିକ ସେପ୍ଟେମ୍ବର ମାସରେ ହେବ !

ଆଇପିଏଲର ବଳକା ମ୍ୟାଚ ଗୁଡିକ ସେପ୍ଟେମ୍ବର ମାସରେ ହେବ !

ଆଇପିଏଲର ବଳକା ମ୍ୟାଚ ଗୁଡିକ ସେପ୍ଟେମ୍ବର ମାସରେ ହେବ !
ନୂଆଦିଲ୍ଲୀ : ୨ ଦିନ ମଧ୍ୟରେ ଆଇପିଏଲ୍ ସହ ଜଡ଼ିତ ୧୨ ଜଣ ମହାମାରୀ କରୋନା ସଂକ୍ରମିତ ହେବା ପରେ ୨୦୨୧ ଆଇପିଏଲକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଯଦି ଆଗକୁ ଚଳିତବର୍ଷର ଆଇପିଏଲ ସମ୍ପୂର୍ଣ୍ଣ ନହୁଏ ତେବେ ବିସିସିଆଇ ୨୨୦୦ କୋଟି ଟଙ୍କା ହରାଇବ । ତେଣୁ ଆଇପିଏଲ-୧୪ରେ ବାକିଥିବା ୩୧ଟି ମ୍ୟାଚ୍ ସମ୍ପନ୍ନ କରିବାକୁ ବିସିସିଆଇ ଏବେଠାରୁ ଉଦ୍ୟମ ଆରମ୍ଭ କରିଦେଇଛି । ଏଥିପାଇଁ ୨୦/୨୨ ଦିନର ସମୟ ଖୋଜୁଛି ବିସିସିଆଇ । ହେଲେ ଚଳିତବର୍ଷ ଭାରତୀୟ ଦଳର ବ୍ୟସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଆଇପିଏଲ୍ ସାରିବାକୁ ଅତିକମରେ ୩ ସପ୍ତାହ ସମୟ ପାଇବା ବିସିସିଆଇ ପାଇଁ କଷ୍ଟକର ହୋଇପାରେ । ଇଂଲଣ୍ଡରେ ଜୁନରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପରେ ଅଗଷ୍ଟ ସେପ୍େଟମ୍ବରରେ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ଯିବ । ପୁଣି ଅକ୍ଟୋବର-ନଭେମ୍ବରରେ ଭାରତରେ ଟ୍ରେଣ୍ଟି୨୦ ବିଶ୍ୱକପ୍ ଖେଳାଯିବ । ଇଂଲଣ୍ଡ ଗସ୍ତରୁ ଫେରିବା ପରେ ଏବଂ ଟ୍ରେଣ୍ଟି୨୦ ବିଶ୍ୱକପ ମଝିରେ ସେପ୍ଟେମ୍ବର୍ରେ ଆଇପିଏଲର ବାକିଥିବା ମ୍ୟାଚ ସବୁ ସାରିବା ସମ୍ଭବ ବୋଲି ବିସିସିଆଇର ହୃଦବୋଧ ହୋଇଛି । ଏହି ସମ୍ପର୍କରେ ବିସିସିଆଇର ଜଣେ ଉଚ୍ଚ ପଦସ୍ଥ କର୍ମକର୍ତ୍ତା କହିଛନ୍ତି ସେପ୍ଟେମ୍ବରରେ ଆଇପିଏଲର ବାକିଥିବା ମ୍ୟାଚ୍ ସବୁ ଆୟୋଜନ କରିବା ସମ୍ଭବ । ଆମେ ଆଶାରଖୁଛୁ ଯେ ସେପ୍େଟମ୍ବର ସୁଦ୍ଧା ଭାରତରେ କୋଭିଡ-୧୯ ସ୍ଥିତି ନିୟନ୍ତ୍ରଣକୁ ଆସି ଯାଇଥିବ । ଏପରି ସ୍ଥିତିରେ ବିଦେଶୀ ଖେଳାଳି ଭାରତ ଆସି ଆଇପିଏଲ୍ ଖେଳିବାକୁ ନିର୍ମିତ ରାଜି ହେବେ । କାରଣ ଆଇପିଏଲ ପରେପରେ ସେମାନେ ମଧ୍ୟ ଟ୍ୱେଣ୍ଟି୨୦ ବିଶ୍ୱକପ୍ ଖେଳିବେ । ତେଣୁ ଆଇପିଏଲ୍ ଖେଳିବା ଦ୍ୱାରା ଟ୍ୱେଣ୍ଟି୨୦ ବିଶ୍ୱକପ୍ ପାଇଁ ସେମାନଙ୍କ ପ୍ରସ୍ତୁତି ମଧ୍ୟ ହୋଇପାରିବ । ଏହାସହ ଭାରତର ପିଚ୍ ଓ ବାତାବରଣ ସେମାନେ ନିଜକୁ ଖାପ୍ ଖୁଆଇପାରିବେ । ତେଣୁ ସେପ୍େଟମ୍ବରରେ ଆଇପିଏଲର ବାକିଥିବା ମ୍ୟାଚ ସମାପ୍ତ କରିବା ସଠିକ୍ ପଦକ୍ଷେପ ହେବ । ଟୁର୍ଣ୍ଣାମେଣ୍ଟ ଅଧା ଖେଳା ଯାଇଥିବା ବେଳେ ଏହାକୁ ସମାପ୍ତ କରିବା ଲାଗି ଖେଳାଳି, ଦଳର ମାଲିକ, ବିଜ୍ଞାପନଦାତା, କ୍ରିକେଟପ୍ରେମୀ ଓ ବିସିସିଆଇ ସମସ୍ତେ ଚାହାନ୍ତି । ଯଦି ଆଇପିଏଲରେ ୧୪ଶ ସଂସ୍କରଣ ସମ୍ପନ୍ନ ନ ହୁଏ; ତେବେ ଖେଳାଳି, ପ୍ରାଞ୍ଚାଇଜି ମାଲିକ, ବିଜ୍ଞାପନଦାତା ଓ ବିସିସିଆଇ ସମସ୍ତେ କ୍ଷତିଗ୍ରସ୍ତ ହେବେ । ତେଣୁ ବିସିସିଆଇ ୨୦୨୧ର ଆଇପିଏଲକୁ ସମ୍ପନ୍ନ କରିବାର ଆଶା ଛାଡ଼ିନାହିଁ । ଏବେ ଦେଖିବାର କଥା ଯେ ଭାରତରେ କୋଭିଡ୍-୧୯ ସ୍ଥିତିରେ କେବେ ଉନ୍ନତି ଘଟୁଛି ।