ରାଷ୍ଟ୍ରପତି ଭବନରେ ପଦ୍ମ ପୁରଷ୍କାର ପ୍ରଦାନ

ରାଷ୍ଟ୍ରପତି ଭବନରେ ପଦ୍ମ ପୁରଷ୍କାର ପ୍ରଦାନ

ରାଷ୍ଟ୍ରପତି ଭବନରେ ପଦ୍ମ ପୁରଷ୍କାର ପ୍ରଦାନ
ନୂଆଦିଲ୍ଲୀ, ଆଜି ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଆଜି ପଦ୍ମ ପୁରସ୍କାର ସମାରୋହର ପ୍ରଥମ ପର୍ୟ୍ୟାୟ ଅନୁଷ୍ଠିତ ହୋଇଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି । ସମୁଦାୟ ୧୧୨ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ଆଜି ୫୬ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ବିଶିଷ୍ଟ ସାମ୍ବାଦିକ କୁଳଦୀପ ନାୟାର, ସର୍ଦ୍ଦାର ସୁଖଦେବ ସିଂହ ଢିଙ୍ଗରା, ଯାଦବ ଅଭିନେତା ମୋହନଲାଲ ଓ ହୁକୁମଦେବ ନାରାୟଣଙ୍କୁ ପଦ୍ମଭୂଷଣ ଏବଂ ପୂର୍ବତନ ବୈଦେଶିକ ସଚ୍ଚିବ ସୁଭ୍ରମଣ୍ୟମ ଜୟଶଙ୍କର, ଖେଳାଳି ବଜରଙ୍ଗୀ ପୁନିଆ, କବାଡି ଟିମ କ୍ୟାପଟେନ ଅଜୟ ଠାକୁର, ଗାୟକ ଶଙ୍କର ମହାଦେବନ, ଅଭିନେତା ଏବଂ ନିର୍ଦ୍ଦେଶକ ପ୍ରଭୁଦେବା ଓ ଟେବୁଲ ଟେନିସ ଖେଳାଳୀ ଶରଥ କମଳ ଏବଂ ଗ୍ରାଣ୍ଡମାଷ୍ଟର ହରିକା ଦ୍ରୋଣାବଲୀଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।