ବିଜେପି-ଶିବସେନା ଏକାଠି ଲଢ଼ିବେ

ବିଜେପି-ଶିବସେନା ଏକାଠି ଲଢ଼ିବେ

ବିଜେପି-ଶିବସେନା ଏକାଠି ଲଢ଼ିବେ
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ବିଜେପି ମେଣ୍ଟ କରି ଏକାଠି ନିର୍ବାଚନ ଲଢ଼ିବେ ବୋଲି ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକରେ ଆଜି ଘୋଷଣା କରିଛନ୍ତି । ତାଙ୍କ ପୂର୍ବରୁ ଦଳର ବରିଷ୍ଠ ନେତା ଅନୀଲ ଦେଶାଇ ମଧ୍ୟ ଅନୁରୂପ ବୟାନ ଦେଇଥିଲେ । ଶିବସେନା ୧୨୬ଟି ଆସନରେ ଏବଂ ବିଜେପି ୧୬୨ଟି ଆସନରେ ନିର୍ବାଚନ ଲଢ଼ିବେ ବୋଲି ଅନୀଲ କହିଥିଲେ । ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କର ମୁମ୍ବାଇ ଗସ୍ତ ପୂର୍ବରୁ ଏ ବାବଦରେ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ । ସୂତ୍ରରୁ ମିଳିଥିବା ଖବୀ ମୁତାବକ ବିଜେପି ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଶିବସେନାର ବରିଷ୍ଠ ନେତା ସୁବାଷ ଦେଶାଇଙ୍କ ମଧ୍ୟରେ ଏ ନେଇ ଗୁରୁବାର ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଉଭୟ ଦଳ ୧୨୬-୧୬୨ ଆସନରେ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର କରିଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ଉଭୟ ଦଳ ଅଧା ଅଧା ଆସନରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଶିବସେନା ଅନେକ ଦିନରୁ ଦାବି କରିଆସୁଛି । ଯଦି ବିଜେପି ଏଭଳି ନ କରେ ତେବେ ତା ସହିତ ମେଣ୍ଟ ଭାଙ୍ଗିଦେବ ବୋଲି ସିଏ ଧମକ ଦେଇଥିଲା ।