ଟିଆରଏସରେ ଯୋଗଦେଲେ ୧୨ କଂଗ୍ରେସ ବିଧାୟକ

ଟିଆରଏସରେ ଯୋଗଦେଲେ ୧୨ କଂଗ୍ରେସ ବିଧାୟକ

ଟିଆରଏସରେ ଯୋଗଦେଲେ ୧୨ କଂଗ୍ରେସ ବିଧାୟକ
ହାଇଦ୍ରାବାଦ : ତେଲେଙ୍ଗାନାରେ କଂଗ୍ରେସକୁ ବଡ଼ ଝଟକା ମିଳିଛି । କଂଗ୍ରେସ ଦଳର ୧୨ ଜଣ ବିଧାୟକ ଦଳ ତ୍ୟାଗ କରି ଟିଆରଏସରେ ସାମିଲ ହେବା ପାଇଁ ବାଚସ୍ପତି ପି.ଶ୍ରୀନିବାସଙ୍କୁ ଭେଟି ଆବେଦନପତ୍ର ଦାଖଲ କରିଛନ୍ତି । ସେ ଏହାକୁ ମଧ୍ୟ ଗ୍ରହଣ କରିଥିବା ଜଣାପଡ଼ିଛି । ତେଲେଙ୍ଗନା ବିଧାନସଭା ନିର୍ବାଚନରେ ଟିଆର୍ଏସ୍ ମୋଟ ୧୧୯ଟି ଆସନରୁ ୮୮ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ କେବଳ ୧୮ଟି ଆସନ ଦଖଲ କରିଥିଲା । ଏଭଳି ସ୍ଥିତିରେ ୧୨ ଜଣ ବିଧାୟକ ଦଳ ଛାଡ଼ି ଟିଆର୍ଏସରେ ସାମିଲ ହେବା ପାଇଁ ଆବେଦନ କରିବା ପରେ ଦଳର ସଙ୍କଟ ଜଟିଳ ରୂପ ନେଇଛି । ୧୨ ଜଣ ବିଧାୟକଙ୍କ ଦଳ ବଦଳ ଯୋଜନା ଜଣାପଡ଼ିବା ପରେ ରାଜ୍ୟ କଂଗ୍ରେସ କର୍ମକର୍ତ୍ତାମାନେ ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନେ ମୁହଁରେ କଳାପଟି ବାନ୍ଧି ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି । ବିଧାୟକଙ୍କୁ ପ୍ରଲୋଭନ ଦେଖାଇ ଦଳ ବଦଳ କରାଯାଉଥିବାରୁ ଏହା ଗଣତନ୍ତ୍ରର ହତ୍ୟା ବୋଲି ରାଜ୍ୟ କଂଗ୍ରେସ ସଭାପତି କହିଛନ୍ତି । ତେବେ ଏକାଥରକେ ୧୨ ବିଧାୟକ ଦଳ ବିରୋଧରେ ଏକଜୁଟ ହେବା ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି ।