ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢିବେ ବିଚାରପତି କର୍ଣ୍ଣନ

ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢିବେ ବିଚାରପତି କର୍ଣ୍ଣନ

ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢିବେ ବିଚାରପତି କର୍ଣ୍ଣନ
ଚେନ୍ନାଇ: ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢିବେ ମାଡ୍ରାସ ଏବଂ କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ସିଏସ କର୍ଣ୍ଣନ । ଆଜି କର୍ଣ୍ଣନ ନିର୍ବାଚନ ଲଢିବା ନେଇ ତାଙ୍କ ନିଷ୍ପତି ସଂପର୍କରେ ଘୋଷଣା କରିଛନ୍ତି । ୬୩ ବର୍ଷୀୟ ଏହି ଅବସରପ୍ରାପ୍ତ ବିଚାରପତି ଏବେ ବାରଣାସୀରେ ଅବସ୍ଥାନ କରୁଛନ୍ତି । ତେବେ କର୍ଣ୍ଣନ କେନ୍ଦ୍ରୀୟ ଚେନ୍ନାଇ ଲୋକସଭା ଆସନରେ ନିର୍ବାଚନ ଲଢିବାପାଇଁ ମଧ୍ୟ ପାର୍ଥୀପତ୍ର ଦାଖଲ କରିଛନ୍ତି । ବାରଣାସୀ ତାଙ୍କର ଦ୍ୱିତୀୟ ଆସନ । କର୍ଣ୍ଣନ ଆଂଟି କରପସନ ଡାଇନାମିକ ପାର୍ଟି(ଏସିଡିଡି)ର ସଦସ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୨୦୧୮ ମସିହାରେ ସେ ଏହି ଦଳ ଗଢିଥିଲେ ।