ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଠାରୁ ୨୩ ଲକ୍ଷ ଠକି ନେଇ ଯୁବକ ଗିରଫ

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଠାରୁ ୨୩ ଲକ୍ଷ ଠକି ନେଇ ଯୁବକ ଗିରଫ

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଠାରୁ ୨୩ ଲକ୍ଷ ଠକି ନେଇ ଯୁବକ ଗିରଫ
ପଟିଆଲା : ସ୍ଥାନୀୟ ସାଂସଦ ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରିନିତ କୌର ଏକ ବଡ଼ ଧରଣର ଠକେଇର ଶିକାର ହୋଇଛନ୍ତି । ନିଜକୁ ବ୍ୟାଙ୍କ ମ୍ୟାନେଜର ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି ତାଙ୍କ ଠାରୁ ୨୩ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଜୁଲାଇ ମାସରେ ଏହି ଠକେଇ ଘଟଣା ଘଟିଥିବା ବେଳେ ପଞ୍ଜାବ ପୁଲିସ ସମ୍ପୃକ୍ତ ଠକ ଆତା ଉଲ ଅନସାରୀ (୩୦)କୁ ଝାଡ଼ଖଣ୍ଡରୁ ଗୁରୁବାର ଗିରଫ କରିବା ପରେ ଖବର ପଦାକୁ ଆସିଛି । ସୂଚନା ଅନୁଯାୟୀ କୌର ସଂସଦ ଅଧିବେଶନରେ ଉପସ୍ଥିତ ଥିବା ବେଳେ ନିଜକୁ ଷ୍ଟେଟ୍ ବ୍ୟାଙ୍କ ମ୍ୟାନେଜର କହି ସମ୍ପୃକ୍ତ ଠକ ଫୋନ୍ କରିଥିଲା । କୌରଙ୍କ ଦରମା ଜମା କରିବା ଆଳରେ ତାଙ୍କ ଠାରୁ ବ୍ୟାଙ୍କ ଏକାଉଣ୍ଟ ତଥ୍ୟ ମାଗିଥିଲା । କୌଶଳକ୍ରମେ ସେ କୌରଙ୍କ ଏକାଉଣ୍ଟ ନମ୍ବର, ଏଟିଏମ୍ ପିନ, ସିଭିଭି ଏବଂ ଓଟିପି ଆଦି ହାସଲ କରିଥିଲା । ଏହାର କିଛି ସମୟ ପରେ ତାଙ୍କ ମୋବାଇଲ ଫୋନ୍ରେ ୨୩ ଟଙ୍କା ଟଙ୍କା ଉଠାଯିବାର ବାର୍ତ୍ତା ଆସିଥିଲା । ସେ ତୁରନ୍ତ ଏ ସମ୍ପର୍କରେ ପୁଲିସକୁ ଜଣାଇଥିଲେ । ତଦନ୍ତ ପରେ ପୁଲି ଠକ ଅନସାରୀକୁ ଗିରଫ କରିବାରେ ସଫଳ ହୋଇଛି । ତା’ର ଘର ଝାଡ଼ଖଣ୍ଡର ଜାମତରା ଅନ୍ତର୍ଗତ ପଫନାଡ଼ଠାରେ ବୋଲି ପୁଲିସ୍ କହିଛି ।