ଆଜିର ରାଶିଫଳ ୨୨ ଜାନୁଆରୀ ୨୦୨୦(ବୁଧବାର)

ଆଜିର ରାଶିଫଳ ୨୨ ଜାନୁଆରୀ ୨୦୨୦(ବୁଧବାର)

ଆଜିର ରାଶିଫଳ ୨୨ ଜାନୁଆରୀ ୨୦୨୦(ବୁଧବାର)
ମେଷ - ବିବାଦୀୟ ଘଟଣାରେ ବିଜୟୀ ହେବେ। ହରିଭଜନ କରିବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମ କାର୍ୟ୍ୟରେ ମନଦେଇ ପାରନ୍ତି। କାର୍ୟ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିବେ। ବୃଷ - କଳହଠାରୁ ଦୂରେଇ ରଖିବାକୁ ପଡ଼ିବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥାଭାବ ଦେଖାଦେଇ ପାରେ। ମନ ବିଷାଦ ଭରା ହୋଇପାରେ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି। ମିଥୁନ - ଉତ୍ତମ ଭୋଜନ ପାଇ ସନ୍ତୁଷ୍ଟ ହୋଇପାରନ୍ତି। ପ୍ରୀତି ଲାଭ କରିପାରନ୍ତି। ସୁଖକର ଘଟଣା ମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। କର୍କଟ - ମାନସିକ ଶାନ୍ତି ଫେରି ପାଇବେ। ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶୁଭକାର୍ୟ୍ୟ କରଣୀୟ। କରଜ ସୁଝିବେ। ହିଂସା-ଦ୍ୱେଷ ପରିତ୍ୟାଗ କରିବେ। ଶତ୍ରୁ ଆକ୍ରମଣରେ କୌଶଳ ପ୍ରୟୋଗ କରି ବିଜୟୀ ହେବା ସହିତ ଧନଲାଭ କରି ପାରନ୍ତି। ସିଂହ - ସୁ ସମ୍ବାଦ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବାଦ-ବିବାଦରେ ବିଜୟୀ ହୋଇପାରନ୍ତି। ପଢ଼ା ପଢ଼ିରେ ମନୋନିବେଶ କରିପାରନ୍ତି। ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କନ୍ୟା - ଅଶାନ୍ତି ଦୂର ହୋଇପାରେ। ବୀରତ୍ୱର ପରିପ୍ରକାଶ ଘଟାଇ ପାରନ୍ତି। ଦୟାଳୁ ସ୍ୱଭାବର ହେବେ। ଅସାଧ୍ୟ ସାଧନ କରିପାରନ୍ତି। କଳହଠାରୁ ଦୂରେଇ ରହିବାକୁ ପଡ଼ିବ। ପରିଶ୍ରମର ମୂଲ୍ୟ ମିଳିବ। କୃଷି ଉତ୍ପାଦନ ଲାଭଦାୟକ ହେବ। ତୁଳା - ସରକାରୀ ସ୍ତରରୁ ଲାଭ ଉଠାଇବାରେ ସକ୍ଷମ ହେବେ। ସୁଖ ମିଳିବ। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନର ସୁଯୋଗ ଅଛି। ଅଶାନ୍ତିର ମାତ୍ରା କମିବ। ବିଛା - ସୁବର୍ଣ୍ଣ ସଂପଦର ଅଧିକାରୀ ହେବେ। ଅନୁଚର ଯୁକ୍ତ ଓ ବଳବାନ୍ ହେବେ। ଆଶାବାଦୀ ହେବେ। ଆକସ୍ମିକ ସମସ୍ୟା ଦେଖାଦେଇ ପାରେ। ଅର୍ଥ କଷ୍ଟ ଭୋଗି ପାରନ୍ତି। ପ୍ରିୟଭାଷୀ ହେବେ। ଧନ ଓ ଯାନବାହାନଯୁକ୍ତ ହୋଇପାରନ୍ତି। ଧନୁ - ଅପାର ଗୁଣର ଅଧିକାରୀ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ମହତ ହେବ। ଉପାର୍ଜନକାରୀ ହେବେ। ନୂଆବନ୍ଧୁ ଜୁଟିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଧନବାନ୍ ହୋଇପାରନ୍ତି। ମକର - ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ତାମ୍ର, ପ୍ରବାଳ, ସୁବର୍ଣ୍ଣ ଆଦି ଧାତୁ ଦ୍ରବ୍ୟ ପାଇପାରନ୍ତି। ରାଜପ୍ରାସାଦ ସୁଖ ମିଳିବ। ଧନକ୍ଷୟ ହେବାର ସମ୍ଭାବନା ଅଛି। ବାଦ-ବିବାଦର ସମ୍ମୁଖୀନ ହେବେ। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହୋଇ ରହନ୍ତୁ। କୁମ୍ଭ - ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭଲ ଆୟ ହେବ; ମାତ୍ର ଶୁଭଖବର ମିଳିପାରେ। ଜ୍ଞାନ ଅର୍ଜନ କରିବାରେ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦିନଟି ମଧ୍ୟମ ଧରଣର। ମୀନ - ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତିଗାଥା ଶ୍ରବଣ କରିବେ। କର୍ତ୍ତବ୍ୟରତ ହୋଇପାରନ୍ତି। ଶୁଭଖବର ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି।