ରାଜ୍ୟସଭା ଉପନିର୍ବାଚନ ଲାଗି ବିଜ୍ଞପ୍ତି
ରାଜ୍ୟସଭା ଉପନିର୍ବାଚନ ଲାଗି ବିଜ୍ଞପ୍ତି

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ଜୁନ୍ ୨ ଯାଏଁ ନାମାଙ୍କନ ଦାଖଲ । ୧୩ରେ ଉପନିର୍ବାଚନ । ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଆସନ ।
ପ୍ରକାଶ ଯେ, ସୁବାସ ସିଂ କଟକ ମେୟରଭାବେ ନିର୍ବାଚିତ ହେବା ପରେ ସେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଫଳରେ ଉକ୍ତ ଆସନଟି ଖାଲି ପଡ଼ିଥିଲା । ୨୧ ଏପ୍ରିଲରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସୁବାସ ସିଂ । ୨ଏପ୍ରିଲ ୨୦୨୬ ଯାଏ ଥିଲା ସୁବାସ ସିଂଙ୍କ କାର୍ୟ୍ୟକାଳ ।