ରିୟଲ୍ ହିରୋ ସୋନୁ ସୁଦଙ୍କୁ ପୂଜା କଲେ ଏହି ଲୋକ ।

ରିୟଲ୍ ହିରୋ ସୋନୁ ସୁଦଙ୍କୁ ପୂଜା କଲେ ଏହି ଲୋକ ।

ରିୟଲ୍ ହିରୋ ସୋନୁ ସୁଦଙ୍କୁ ପୂଜା କଲେ ଏହି ଲୋକ ।
କରୋନା ସଂକଟ ସମୟରେ ଅସହାୟଙ୍କ ପାଇଁ ରିଅଲ ହିରୋ ପାଲଟିଛନ୍ତି ଅଭିନେତା ସୋନୁ ସୁଦ୍ । ତାଙ୍କ ପାଇଁ ଜଣେ ବ୍ୟକ୍ତି ମା’ଙ୍କୁ ଭେଟିପାରିଛନ୍ତି । ସେଥିପାଇଁ ବ୍ୟକ୍ତି ଜଣକ ସୋନୁକୁ ଧନ୍ୟବାଦ ଜଣାଇଛନ୍ତି । ସେତିକି ନୁହେଁ, ତାଙ୍କୁ ପୂଜା କରିବାର ଏକ ଭିଡିଓ ସେୟାର କରିଛନ୍ତି । ସୋନୁ ତାଙ୍କ ଭିଡିଓକୁ ଦେଖି ପ୍ରତିକ୍ରିୟା ଦେଇଛନ୍ତି ଏବଂ ତାଙ୍କ ମାଙ୍କ ଠାରୁ ଆଶୀର୍ବାଦ ମାଗିଛନ୍ତି । ଟ୍ୱିଟରେ ବ୍ୟକ୍ତି ଜଣକ ସୋନୁକୁ ପୂଜା କରିବାର ଭିଡିଓ ଶେୟାର କରି ଲେଖିଛନ୍ତି ‘ଯିଏ ଅନ୍ୟ ଜଣକୁ ତାର ମା’ସହ ଭେଟ କରାଇବାରେ ସାହାଯ୍ୟ କରେ, ସେ ଈଶ୍ୱର । ସୋନୁ ସୁଦ, ଆପଣ ମୋ ପାଇଁ ଈଶ୍ୱରଙ୍କ ଠାରୁ କମ୍ ନୁହନ୍ତି । ଆପଣ ମୋ ମା’ପାଖରେ ପହଞ୍ଚାଇବାରେ ମୋତେ ସାହାଯ୍ୟ କରିଛନ୍ତି ଏବଂ ମୋ ସ୍ୱପ୍ନକୁ ବାସ୍ତବତାରେ ରୂପାନ୍ତରିତ କରିଛନ୍ତି ।’ ପ୍ରତିକ୍ରିୟାରେ ସୋନୁ ଲେଖିଛନ୍ତି ଏପରି କର ନାହିଁ ଭାଇ । ଏହା ବଦଳରେ ମାଙ୍କୁ କୁହ, ମୋ ପାଇଁ ମଧ୍ୟ ପ୍ରାର୍ଥନା କରିବେ । ସବୁ କିଛି ଠିକ୍ ହୋଇଯିବ । ସୋନୁଙ୍କର ଏହି ଟ୍ୱିଟକୁ ୧୬ ହଜାରରୁ ଅଧିକ ଲାଇକ ମିଳିଛି । ଲକଡାଉନ ଯୋଗୁ ଦେଶସାରା ସଂଘର୍ଷ କରୁଥିବା ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବା ପାଇଁ ସୋନୁଙ୍କ ପ୍ରୟାସକୁ ଦେଶର କୋଣ ଅନୁକୋଣରେ ଲୋକେ ପ୍ରଶଂସା କରୁଛନ୍ତି ।