ଏହି ସ୍ଥାନରେ ବିମାନ ଭଡ଼ାଠୁ ବଳଦ ଗାଡ଼ି ଯାତ୍ରା ମହଙ୍ଗା

ଏହି ସ୍ଥାନରେ ବିମାନ ଭଡ଼ାଠୁ ବଳଦ ଗାଡ଼ି ଯାତ୍ରା ମହଙ୍ଗା

ଏହି ସ୍ଥାନରେ ବିମାନ ଭଡ଼ାଠୁ ବଳଦ ଗାଡ଼ି ଯାତ୍ରା ମହଙ୍ଗା
ବିଶ୍ୱରେ ଏଭଳି ଅନେକ ସ୍ଥାନ ରହିଛି, ଯେଉଁଠି ବିଶ୍ୱାସ-ଅନ୍ଧବିଶ୍ୱାସ ଯୋଗୁଁ ଅଧିକ ଖର୍ଚ୍ଚ କରିବାକୁ ପଡ଼େ । ଭାରତରେ ଏଭଳି ଏକ ସ୍ଥାନ ଅଛି, ଯେଉଁଠି ଆପଣଙ୍କୁ ବଳଦ ଗାଡ଼ିରେ ଯାତ୍ରା କରିବା ପାଇଁ ୫-୬ ହଜାର ଟଙ୍କା ଭଡ଼ା ଦେବାକୁ ପଡ଼ିବ । ଯଦି କେହି ଆପଣଙ୍କୁ ପଚାରିବେ ଯେ ୫-୭ କିମି ଦୂର ବଳଦ ଗାଡ଼ିରେ ଯାତ୍ରା ପାଇଁ ଭଡ଼ା କେତେ? ତେବେ ଆପଣ ପ୍ରାୟ ୫୦ ରୁ ୮୦ ଟଙ୍କା, ଅତିବେଶୀରେ ୧୦୦ ଟଙ୍କା କହିବେ ନିଶ୍ଚୟ । କିନ୍ତୁ ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ବଳଦ ଗାଡ଼ି ଯାତ୍ରା ବିମାନ ଯାତ୍ରାଠୁ ବି ମହଙ୍ଗା । ଏଠାରେ ବଳଦ ଗାଡ଼ିରେ ଯାତ୍ରା ପାଇଁ ଆପଣଙ୍କୁ ୫-୬ ହଜାର ଟଙ୍କା ଦେବାକୁ ପଡ଼ିବ । ଏଠାକାର ବିବରୋଡ ଗାଁରେ ଥିବା ରଷଭଦେବ ମନ୍ଦିର ପର୍ଯ୍ୟନ୍ତ ବଳଦ ଗାଡ଼ିରେ ପହଞ୍ଚିବା ପାଇଁ ଲୋକଙ୍କୁ ବିମାନ ଯାତ୍ରାଠୁ ମଧ୍ୟ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଏ ନେଇ ଏକ ବିଶେଷ କାରଣ ରହିଛି । ବଳଦ ଗାଡ଼ିରେ ରଷଭଦେବ ମନ୍ଦିର ଯାତ୍ରା କଲେ, ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଅନେକ ଲୋକ ପୂର୍ବରୁ ବଳଦ ଗାଡ଼ି ବୁକ୍ କରିଥାନ୍ତି । ୨-୩ ଜଣିଆ ପରିବାର ଛୋଟ ବଳଦ ଗାଡ଼ି ବୁକ୍ କରନ୍ତି, ଯାହାର ଭଡ଼ା ପ୍ରାୟ ୨ ହଜାର ଟଙ୍କା । ବଡ଼ ପରିବାର ବଡ଼ ବଳଦଗାଡ଼ି ବୁକ୍ କରନ୍ତି । ଯାହାର ଭଡ଼ା ପ୍ରାୟ ୫ ରୁ ୮ ହଜାର ଟଙ୍କା ।