୮ ବର୍ଷ ପୂର୍ବରୁ ରକ୍ତ ପରୀକ୍ଷାର ଅଲଝିମର୍ସ ଚିହ୍ନଟ
୮ ବର୍ଷ ପୂର୍ବରୁ ରକ୍ତ ପରୀକ୍ଷାର ଅଲଝିମର୍ସ ଚିହ୍ନଟ
admin
May 17, 2019 - 11:11
Updated: May 17, 2019 - 11:11
ବୈଜ୍ଞାନିକମାନେ ଏକ ସହଜ ରକ୍ତ ପରୀକ୍ଷା ବିକାଶ କରିଛନ୍ତି, ଯାହା ୮ ବର୍ଷ ପୂର୍ବରୁ ଅଲଝିମର୍ସ ଲକ୍ଷଣ ଚିହ୍ନଟ କରିପାରିବ । ଡମେନସିଆର ମୁଖଢ଼୍ୟ କାରଣ ଅଲଝିମର୍ସ ରୋଗ ମସ୍ତିଷ୍କକୁ ପ୍ରଭାବିତ କରିବାର ପୂର୍ବରୁ ଏହି ପଦ୍ଧତି ଚିହ୍ନଟ କରିବ ବୋଲି ଜର୍ମାନୀର ରୁର ୟୁନିଭର୍ସିଟାଟ ବୋଚୁମର ଗବେଶକମାନେ କହିଛନ୍ତିି । ତେବେ ହାରାହାରି ୨୦ ବର୍ଷ ପୂର୍ବରୁ ପ୍ରୋଟିନ ସ୍ତର ଉପରେ ଅଲଝିମର୍ସ ପ୍ରଭାବରେ ପ୍ରଥମ ପରିବର୍ତନ ପରିଲକ୍ଷିତ ହୋଇଥାଏ । ଅଧ୍ୟୟନରେ ଏହି ପଦ୍ଧତି ବହୁ ପୂର୍ବରୁ ରୋଗ ଚିହ୍ନଟ କରିପାରିବ, ଫଳରେ ପ୍ରାଥମିକ ପର୍ଯ୍ୟାୟରେ ଚିକିସôା ପାଇଁ ପଥ ପରିଷ୍କାର ସମ୍ଭବ ହେବ ବୋଲି ୟୁନିଭର୍ସିଟିର ପ୍ରଫେସର କ୍ଳସ ଗରୱେର୍ଟ କହିଛନ୍ତି ।ଅଲଝିମର୍ସ ଲକ୍ଷଣ ଦେଖାଦେବାର ବହୁ ପୂର୍ବରୁ ରୋଗୀଙ୍କଠାରେ ଆମିଲଏଡ ବେଟା ପ୍ରୋଟିନ ପାଥୋଲୋଜିକାଲ ପରିବର୍ତନ ଯୋଗୁଁ ଭୁଲ ତରିକା ଯୋଡି ହୋଇଯାଏ । ଗବେଷକମାନେ ସହଜ ରକ୍ତ ପରୀକ୍ଷା ପଦ୍ଧତି ବ୍ୟବହାର କରି ଏହି ଭୁଲ ତରିକାକୁ ସଫଳତାପୂର୍ବକ ଚିହ୍ନଟ କରିଛନ୍ତି । ଫଳରେ ଅଲଝିମର୍ସ ପ୍ରଥମ ଲକ୍ଷଣ ୮ ବର୍ଷ
ପୂର୍ବରୁ ଜଣାପଡିବ ବୋଲି ସେମାନେ କହିଛନ୍ତି ।