ଆଖିପତାକୁ ଘନ ଓ ସୁନ୍ଦର କରିବେ କେମିତି ଆସନ୍ତୁ ଜାଣିବା
ଆଖିପତାକୁ ଘନ ଓ ସୁନ୍ଦର କରିବେ କେମିତି ଆସନ୍ତୁ ଜାଣିବା
admin
Jan 24, 2020 - 13:07
Updated: Jan 24, 2020 - 13:07
ମହିଳାମାନଙ୍କ ସୌନ୍ଦର୍ଯ୍ୟର କେନ୍ଦ୍ର ବିନ୍ଦୁ ସେମାନଙ୍କ କଜଳ କଳା ଆଖି । ଆଖିକୁ ଆହୁରି ଆକର୍ଷଣୀୟ କରିବା ପାଇଁ କାଜଲଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସାମଗ୍ରୀ ବ୍ୟବହାର କରାଯାଏ । ଆଉ ଆଖି ପତା ଘନ ଦେଖାଯିବା ପାଇଁ ପାର୍ଲରରେ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି । ଆଖିପତାକୁ ଘନ କରିବା ପାଇଁ ପାର୍ଲର ନ ଯାଇ ଘରେ ଟିକିଏ ଯତ୍ନ ନେଲେ ହୋଇପାରିବ । ଏଥିପାଇଁ ରାତିରେ ଶୋଇବା ପୂର୍ବରୁ କଣ କରିବେ କିଛି ଟିପ୍ସ ନିଅନ୍ତୁ । ଘିକୁଅାଁରୀ ରସକୁ ରାତିରେ ମସ୍କରା ବ୍ରସରେ ନେଇ ଆଖି ପତାରେ ଲଗାନ୍ତୁ । ପରଦିନ ସକାଳେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହାକୁ ସବୁଦିନ ୩ ମାସ କରନ୍ତୁ ଦେଖିବେ ଆଖିପତା ଗହଳିଆ ଓ ସୁନ୍ଦର ଦିଶିବ । ରାତିରେ ଶୋଇବା ପୂର୍ବରୁ ଆଖି ପତାରେ ନଡ଼ିଆ ତେଲ, ଜଡ଼ାତେଲ କିମ୍ବା ଅଲିଭ ଅଏଲ ଲଗାଇ ଶୁଅନ୍ତୁ । ଗ୍ରୀନ ଟି ଆଇ ଲାସେସକୁ ବ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଗ୍ରୀନ ଟି ବ୍ୟାଗକୁ ୧୫ ମିନିଟ ପର୍ଯ୍ୟନ୍ତ ପାଣିରେ ବତୁରାନ୍ତୁ । ଏହାର ପାଣିକୁ ହାଲକା ଭାବେ ଆଖିର କେଶରେ ଲଗାନ୍ତୁ ମାଲିସ କରନ୍ତୁ କିମ୍ବା ୩୦ ମିନିଟ ପର୍ଯ୍ୟନ୍ତ ଗ୍ରୀନ ଟ ବ୍ୟାଗକୁ ଆଖି ଉପରେ ରଖନ୍ତୁ ।
ପୁରୁଣା ମସ୍କରା ବ୍ରସରେ ପେଟ୍ରୋଲିୟମ ଜେଲିକୁ ଆଖିର କେଶରେ ଲଗାନ୍ତୁ । ଏହିପରି ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ କରନ୍ତୁ ।