୨୧ ରେ ବଳୟ ସୂର୍ଯ୍ୟୋପରାଗ, ଓଡ଼ିଶାରେ ଦୃଶ୍ୟମାନ ହେବ ଆଂଶିକ ପରାଗ ।

୨୧ ରେ ବଳୟ ସୂର୍ଯ୍ୟୋପରାଗ, ଓଡ଼ିଶାରେ ଦୃଶ୍ୟମାନ ହେବ ଆଂଶିକ ପରାଗ ।

୨୧ ରେ ବଳୟ ସୂର୍ଯ୍ୟୋପରାଗ, ଓଡ଼ିଶାରେ ଦୃଶ୍ୟମାନ ହେବ ଆଂଶିକ ପରାଗ ।
ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ବଳୟ ସୂର୍ଯ୍ୟୋପରାଗ ଦେଖି ବାକୁ ମିଳିବ । ଏହି ସୂର୍ଯ୍ୟୋପରାଗ ଆଫ୍ରିକା, ଉତ୍ତରପୂର୍ବ ୟୁରୋପ ତଥା ଏସିଆ ମହାଦେଶର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ପୂର୍ଣ୍ଣ ପରାଗ ଉତ୍ତର ଭାରତର ଅଳ୍ପ କିଛି ସ୍ଥାନରେ ଦେଖାଯିବ । ଭାରତର ରାଜସ୍ଥାନ, ହରିୟାନା ଓ ଉତ୍ତରାଖଣ୍ଡରେ ପ୍ରାୟ ୧ମି ଧରି ବଳୟ ସୂର୍ଯ୍ୟୋପରାଗ ଦେଖାଯିବ । ଭାରତର ବାକି ସବୁ ଅଞ୍ଚଳରେ ଆଂଶିକ ପ୍ରଭାବ ରହିବ । ଓଡ଼ିଶାରେ ଚନ୍ଦ୍ର ସୂର୍ଯ୍ୟର ବ୍ୟାସକୁ ପ୍ରାୟ ୬୦% ରୁ ୭୨% ଘୋଡ଼େଇ ହୋଇଯିବ । ଓଡ଼ିଶାରେ ଆଂଶିକ ପରାଗ ଦୃଶ୍ୟମାନ ହେବ । ଓଡ଼ିଶା ସମେତ ଭାରତର ସବୁ ଅଞ୍ଚଳରେ ସକାଳ ୧୦ଟା ୨୦ ମିନିଟରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟରେ ଶେଷ ହେବ । ମଧ୍ୟାହ୍ନ ୧୨ଟା ୧୫ ରୁ ୧୨ଟା ୩୦ ମିନିଟ ମଧ୍ୟରେ ସୂର୍ଯ୍ୟ ସର୍ବାଧିକ ଗ୍ରାସ ରହିବେ । ବିଭିନ୍ନ ସ୍ଥାନରେ ପରାଗର ଆରମ୍ଭ ଶେଷ ଓ ସର୍ବାଧିକ ଘଟିବାର ସମୟ ସାମାନ୍ୟ ଅଲଗା ହେବ । ଭୁବନେଶ୍ୱରରେ ସକାଳ ୧୦ଟା ୩୮ ମିନିଟରେ ଆରମ୍ଭ ହୋଇ ୨ଟା ୯ ରେ ଶେଷ ହେବ । ତେବେ ୧୨ଟା ୧୬ରେ ସର୍ବାଧିକ ଗ୍ରାସ ହେବ । ଓଡ଼ିଶାର ଅନ୍ୟ ଯେକୌଣସି ସ୍ଥାନରେ ପରାଗର ସଠିକ ସମୟ ଆଦି ଇଣ୍ଟରନେଟ ତଥା ଅନେକ ମୋବାଇଲ ଆପରୁ ସହଜରେ ମିଳିପାରିବ । ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ବିଷୟରେ ଅନେକ ସଠିକ ତଥ୍ୟ ମିଳିପାରିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି । ସୂର୍ଯ୍ୟୋପରାଗ କେବେ ବି ଖାଲି ଆଖିରେ, ଦୂରବୀକ୍ଷଣ ବା ବାଇନାକୁଲରରେ ଦେଖନ୍ତୁ ନାହିଁ । ହଳଦୀ ପାଣି, ଏକ୍ସରେ ଫିଲ୍ମ, କଳା ଚଷମା ତଥା କଳା କାଚ ମାଧ୍ୟମରେ ସୂର୍ଯ୍ୟୋପରାଗ ଦେଖିବା ଆଦୌ ନିରାପଦ ନୁହେଁ । ଅଳ୍ପ ସମୟ ପାଇଁ ମଧ୍ୟ ସୂର୍ଯ୍ୟୋପରାଗ ଖାଲି ଆଖିରେ ଦେଖନ୍ତୁ ନାହିଁ । ଏହି ସମୟରେ କିଛି ସତର୍କତା ମାନିବା ଜରୁରୀ । ସୌର ଚଷମା ୧୪ ନଂ ୱେଲଡିଂ କାଚ, ପିନହୋଲ ପ୍ରକ୍ଷେପଣ ଓ ଦର୍ପଣକୁ ବ୍ୟବହାର କରି ନିରାପଦ ଭାବେ ସୂର୍ଯ୍ୟୋପରାଗ ଦେଖିପାରିବେ ବୋଲି ସେ କହିଛନ୍ତି ।