ପାରାଙ୍କୁ ଖାଇବାକୁ ଦେଇ ଜରିମାନା

ପାରାଙ୍କୁ ଖାଇବାକୁ ଦେଇ ଜରିମାନା

ପାରାଙ୍କୁ ଖାଇବାକୁ ଦେଇ ଜରିମାନା
ଦେଶର ଆଇନ ବିରୋଧରେ ଗଲେ ଦଣ୍ଡ ପାଇବା ସ୍ୱାଭାବିକ କଥା । ଏସବୁ ଆଇନ, କାନୁନ ମାନି ନ ଚଳିଲେ ମୋଟା ଅଙ୍କର ଜୋରିମାନା ସହ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡେ଼ । ବି୍ରଟେନର ପ୍ରତ୍ୟେକ ପ୍ରାନ୍ତରେ ନିୟମକାନୁନ ଭାର କଡ଼ାକଡ଼ି ଭାବେ ପାଳନ କରାଯାଏ । ଏଇ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସମୟରେ ଲୋକେ ସାମାନ୍ୟତମ ଅବହେଳା କଲେ, ସେମାନଙ୍କୁ ଜରିମାନା, ଦେବାକୁ ପଡ଼ୁଛି । ସତର୍କ ଓ ସଚେତନ ରହିବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ହେଲେ ନିଜ ଛୋଟ ଭୁଲ କାରଣରୁ କେତେକ ପରିସ୍ଥିତିରେ ଦଣ୍ଡ ଭୋଗିବାକୁ ପଡେ଼ । ମଞ୍ଚେଷ୍ଟରର ଦୁଇ ଭଉଣୀ ଏହିଭଳି କାମ କରି ୧୪,୭୦୦ ଟଙ୍କା ଜରିମାନା ଗଣିଛନ୍ତି । ଦୁଇ ଭଉଣୀ ୫୩ ବର୍ଷୀୟା ଜ୍ୟାକଲିନ ଫାଲକୋନର ଓ ୪୮ ବର୍ଷୀୟା ନିକୋଲା ଏଇ ୨ ଦିନ ତଳେ ବଡ଼ ଦିନ କିଣାକିଣି ପାଇଁ ବଜାର ବାହାରିଲେ । ବଜାରରେ ବୁଲାବୁଲିରେ ବିଳମ୍ବ ହେବାରୁ ପାଖ ମ୍ୟାକଡୋନାଲ୍ଡରୁ ôଫାଷ୍ଟଫୁଡ କିଣିଲେ । ମଲ ସମ୍ମୁଖରେ ଥିବା ପାର୍କରେ ବସି ଦୁଇ ଭଉଣୀ ଖାଉଥାନ୍ତି, ଏଇ ସମୟରେ ୧୦ ରୁ ୧୨ଟି ପାରା ଉଡ଼ିଆସି ତାଙ୍କ ପାଖରେ ବସିଲେ । ଜ୍ୟାକଲିନ ଆଦରରେ ପାରାଙ୍କୁ ସେଇ ଫାଷ୍ଟଫୁଡରୁ ଅଳ୍ପ ଖାଇବାକୁ ଦେଇ ହରଡ଼ଘଣାରେ ପଡ଼ିଯିବେ । ପାରାମାନେ ଖାଉଥିବା ସମୟରେ ଦୁଇ ଜଣ ପୁଲିସ ଆସି ସେମାନଙ୍କର ଏଇ କାମ ଦେଖି ଜୋରିମାନା ଦେବାକୁ କହିଲେ । ଜ୍ୟାକଲିନ ଆଶ୍ଚର୍ଯ୍ୟ ହୋଇ ସେମାନଙ୍କ ଅପରାଧ କଣ ବୋଲି ପଚାରିଲେ? ପୁଲିସ ଅଫିସର ପାର୍କରେ ଲଗାଯାଇଥିବା ସାଇନ ବୋର୍ଡ ଦେଖାଇ କହିଲେ ପକ୍ଷୀଙ୍କୁ ପାର୍କରେ ଖାଦ୍ୟ ଦେବା ଅପରାଧ ବୋଲି ସେଠାରେ ସ୍ପଷ୍ଟ ଉଲ୍ଲେଖ ହୋଇଛି । ତେଣୁ ସେମାନଙ୍କର ଏହି କାମ ଅପରାଧ ଅଟେ । ବିଚରା ଜ୍ୟାକଲିନ ସ୍ତମ୍ଭୀଭୂତ ହୋଇଗଲେ ।