ଏକାମ୍ରରେ ହେବ ଜୋରଦାର ଲଢେଇ
ଏକାମ୍ରରେ ହେବ ଜୋରଦାର ଲଢେଇ
admin
Apr 8, 2019 - 04:55
Updated: Apr 8, 2019 - 04:55
ଭୁବନେଶ୍ୱର: ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ଏଥର ଘମାଘୋଟ ଲଢେଇ ହେବ । ବିଜେଡି ପାଇଁ କ୍ରମାଗତ ଭାବେ ଦୁଇ ଥର ସୁରକ୍ଷିତ ରହି ଆସିଥିବା ଏ ଆସନରେ ଏବେ ବହୁ ପ୍ରତିଦ୍ୱନ୍ଦ୍ୱୀ ଅବତୀର୍ଣ୍ଣୀ ହୋଇଛନ୍ତି । ୨୦୧୪ରୁ ଏଠାରେ ଦ୍ୱିତୀୟ ବାର ବିଧାୟକ ଭାବେ ଜିତିବା ପରେ ଅଶୋକ ପଣ୍ଡା ମନ୍ତ୍ରୀ ହୋଇଥିଲେ । ତାଙ୍କର ଏ ନିର୍ବାଚନ ମଣ୍ଡଳୀରେ ଇତିମଧ୍ୟରେ ସାଙ୍ଗଠନିକ କ୍ଷେତ୍ରରେ ଦକ୍ଷତା ବଢିଛି । ମାତ୍ର ଏକାମ୍ର ଅଂଚଳରେ ବିଜେପିରେ ମିଶିଛନ୍ତି । ଭୁବନେଶ୍ୱର ବିଜେଡି କାର୍ଯ୍ୟକାରୀ ସଭାପତି ବାବୁ ସିଂହଙ୍କ ନେତୃତ୍ୱରେ ବହୁ ଛାତ୍ର ଓ ଯୁବ ସଙ୍ଗନର କାର୍ଯ୍ୟକର୍ତା ଏବଂ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । ବାବୁ ସିଂହଙ୍କର ଏକ ବଡ ସଂଙ୍ଗଠନ ରହିଛି ଏବଂ ସଙ୍ଗଠନ ରହିଛି ଏବଂ ଦୀର୍ଘବର୍ଷ ଧରି ସେମାନେ ବିଜେଡି ସଭା ସମାବେଶରେ ବିରାଟ ପାଟ ପଟୁଆର, ବାଇକଶୋଭାଯାତ୍ରାର ବ୍ୟବସ୍ଥା କରିଥାନ୍ତି । ଏଥର କିନ୍ତୁ ବିଜେଡିରୁ ଟିକଟ ମିଳିବ ନାହିଁ ବୋଲି ଜାଣିବା ପରେ ବାବୁ ଦଳ ଛାଡି ପଦ୍ମ ଧରିଛନ୍ତି । ବାବୁ ପଦ୍ମକୁ ଆସିବା ପରେ ଟିକଟ ପାଇବାରେ ସଫଳ ହୋଇଛନ୍ତି ।ସେ ଅଶୋକ ପଣ୍ଡାଙ୍କ ବିରୋଧରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହେବେ ବୋଲି କୁହାଯାଉଛି । ମାତ୍ର ଏକାମ୍ରରୁ ବିଜେପିରୁ ଲଢିଆସୁଥିବା ଅମିୟ ଏବେ ଟିକଟରୁ ବଂଚିତ ହେବା ପରେ ତାଙ୍କ ସମର୍ଥକ ମହଲରେ ଅସନ୍ତୋଷ ରହିଛି । ଏହାର ପ୍ରତିବାଦରେ ସେମାନେ ବିଜେପି କାର୍ଯ୍ୟାଳୟରେ ଧାରଣା ଦେବା ତାଲା ପକାଇବା ଏବଂ ପୂରୁଣା ଭୁବନେଶ୍ୱରରେ ରହୁଥିବା ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ଘର ଓ ଗାଡି ଉପରେ ଆକ୍ରମଣ କରିବାକୁ ପଛାଇ ନଥିଲେ । ତେବେ ଦଳର ନେତୃତ୍ୱ ଏଠାରେ ଅସନ୍ତୁଷ୍ଟ କର୍ମୀଙ୍କୁ ବୁଝାଇବାରେ ଲାଗିଛନ୍ତି ।
ଅନ୍ୟପକ୍ଷରେ କ୍ରମାଗତ ଭାବେ ଏକାମ୍ରରୁ ଲଢିଆସୁଥିବା ରଶ୍ମିରାଣୀ ମହାପାତ୍ର ଏବେ ପୁଣି ଥରେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ।
ତାଙ୍କର ସାଙ୍ଗଠନିକ ସ୍ଥିତି ବି ଏତେ ଦୁର୍ବଳ ନୁହେଁ । ଟିକଟ ପାଇବା ପରେ ସେ ଏବେ ପୂରା ଦମରେ ଲାଗିପଡିଲେଣି । ଏସବୁ ଭିତରେ ଏଥର ଏକାମ୍ର ଲଢେଇ ଦେଖିବା ଭଳି ଲଢେଇ ହେବ ଏବଂ ଏ ନିର୍ବାଚନ ଅତୀତର ସବୁ ନିର୍ବାଚନକୁ ଟପିଯିବ । ତିନି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ଭିତରେ ଯିଏ ଭୋଟରଙ୍କୁ ଜିତିପାରିବ ସେ ବିଜୟୀ ହେବ । କଡା ପ୍ରତିଦ୍ୱନ୍ଦ୍ୱିତାକୁ ସାମ୍ନା କରୁଥିବା ବିଜେଡି ଏଥର ରଣନୀତି ବଦଳାଇବାର ସମ୍ଭାବନା ରହିଛି । ଇତିମଧ୍ୟରେ ଏକାମ୍ର ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡା, ବିଜେପି ପ୍ରାର୍ଥୀ ବାବୁ ସିଂହ, କଂଗ୍ରେସ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିସାରିଲେଣି ।
ଏକାମ୍ର ବିଧାନସଭା ଆସନରେ ବିଏମସିର ୧୮ଟି ୱାର୍ଡ ରହିଛି । ଏଥିସହିତ ବାସୁଆଘାଇ, ଇତିପୁର,ଟିକରପଡା ,ଧଉଳି, ଶିଶୁପାଳଗଡ ଆଦି ଭୁବନେଶ୍ୱର ବ୍ଳକର ୫ଟି ଗ୍ରାମ ପଂଚାୟତ ରହିଛି ।ତେଣୁ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ୁଭୟ ସହରାଂଚଳ ଓ ଗ୍ରାମାଅଂଚଳ ଲୋକଙ୍କ ସମସ୍ୟା କିପରି ସମାଧାନ କରିବେ ସେ ସମ୍ପର୍କ ଜୋର ଦେବାକୁ ପଡିବ ।
ସୂଚନାଯୋଗ୍ୟ ଯେ ଏକାମ୍ରରୁ ଶ୍ରୀ ପଣ୍ଡା ୨୦୦୯ରେ ୫୫,୦୯୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି କଂଗ୍ରେସର ପ୍ରତାପ ଜେନା ୧୧,୬୪୫ ଭୋଟ ପାଇଥିବାବେଳେ ବିଜେପିର ସମୀର ମହାନ୍ତିଙ୍କୁ ମିଳିଥିଲା ୧୧,୦୭୦ ଭୋଟ । କଂଗ୍ରେସର ରଶ୍ମି ମହାପାତ୍ର ୩୯୩୩ ଭୋଟ ପାଇଥିଲେ । ୨୦୧୪ରେ ଏକାମ୍ରରେ ୨୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦି୍ୱତା କରୁଥିଲେ ।
ବିଜେଡିରୁ ଅଶୋକ ପଣ୍ଡା ସର୍ବାଧିକ ୬୬,୩୭୬ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଅମିୟ ଦାସ ପାଇଥିଲେ ୨୯,୯୦୦ କଂଗ୍ରେସର ଶିବାନନ୍ଦ ରାୟ ୮,୧୪୮ ଖଣ୍ଡ ଭୋଟ ପାଇଥିଲେ । ଏଠାରେ ତୃତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ରେ ନିର୍ବାଚନ ଅନୁଷ୍ଠିତ ହେବ ।