ଶୀତତାପ ନିୟନ୍ତ୍ରିତ ଗ୍ରୋସରି ଷ୍ଟୋରରେ କରୋନା ବ୍ୟାପିବାର ସମ୍ଭାବନା ବେଶି।

ଶୀତତାପ ନିୟନ୍ତ୍ରିତ ଗ୍ରୋସରି ଷ୍ଟୋରରେ କରୋନା ବ୍ୟାପିବାର ସମ୍ଭାବନା ବେଶି।

ଭୁବନେଶ୍ୱର: ଶୀତତାପ ନିୟନ୍ତ୍ରିତ ଗ୍ରୋସରି ଷ୍ଟୋରରେ କରୋନା ବ୍ୟାପିବାର ଆଶଙ୍କା ରହିଛି । ଗବେଷଣାରୁ ଜଣାପଡ଼ିଛି ଯେ, କାଶିବା, ଛିଙ୍କିବା କିମ୍ବା କଥା ହେବା ସମୟରେ ପାଟିରୁ ବାହାରୁଥିବା କ୍ଷୁଦ୍ର କଣିକା ବାୟୁରେ ବ୍ୟାପିବା ସହିତ କିଛି ସମୟ ପର୍ଯ୍ୟନ୍ତ ବଞ୍ଚିପାରେ । ଏସବୁ ଷ୍ଟୋରରେ ଥିବା କେନ୍ଦ୍ରୀୟ ମୁକ୍ତ ବାୟୁ ଚଳାଚଳ ବ୍ୟବସ୍ଥା ମଧ୍ୟ ଏରୋସଲକୁ ଗୋଟିଏ କୋଣରୁ ଅନ୍ୟ କୋଣକୁ ବ୍ୟାପିବାରେ ସମ୍ପୂର୍ଣ୍ଣ ରୋକିବାରେ ନାହିଁ । ବିଶେଷଜ୍ଞଙ୍କ ମତରେ ଏହି କଣିକା କରୋନା ବା କୋଭିଡ-୧୯ ଭଳି ଜୀବାଣୁ ବହନ କରିଥାଏ । ଏପରିକି ଏଭଳି ଗ୍ରୋସରି ଷ୍ଟୋରକୁ ଯାଇଥିବା ବ୍ୟକ୍ତି ଯଦି ଷ୍ଟୋରର ଦୁଇ ଥାକ ବା ସେଲଫ ଭିତରେ କାଶିଲେ କିମ୍ବା ଛିଙ୍କିଲେ ଏବଂ ମୁକ୍ତ ବାୟୁ ଚଳାଚଳ ବ୍ୟବସ୍ଥା ଥିବା ସତ୍ତ୍ୱେ କଣିକା ବାୟୁରେ ଗତି କରିଥାଏ । ତେଣୁ ୨୦ ମାଇକ୍ରୋମିଟରରୁ ଛୋଟ କଣିକା ବାୟୁରେ ଗତି କରିଥାଏ । କୌଣସି ବ୍ୟକ୍ତିଙ୍କ ଛିଙ୍କ କିମ୍ବା କାଶରେ ବାହାରୁଥିବା କଣିକା ସଙ୍ଗେ ସଙ୍ଗେ ଚଟାଣରେ ପଡ଼ିଯାଏ ନାହିଁ । ବରଂ ଏହା ବାୟୁରେ ଗତି କରେ କିମ୍ବା ସେହି ସ୍ଥାନରେ କିଛି ସମୟ ପାଇଁ ଭାସିବା ଅବସ୍ଥାରେ ରହିଥାଏ । ତେଣୁ କରୋନା ସମୟରେ ଲୋକମାନେ ନିୟମିତ ଭାବେ ଯେଉଁ ଶୀତତାପ ନିୟନ୍ତ୍ରିତ ଗ୍ରୋସରି ଷ୍ଟୋରକୁ ଜିନିଷ କିଣିବା ପାଇଁ ଯାଉଛନ୍ତି ସେମାନେ ସତର୍କ ହେବା ଜରୁରୀ । ଶୀତତାପ ନିୟନ୍ତ୍ରିତ ଷ୍ଟୋରକୁ ଯିବା ଅପେକ୍ଷା ଖୋଲାରେ ଥିବା ଗ୍ରୋସରି ଦୋକାନରୁ ଜିନିଷ କିଣିବା ଏକ ଉପଯୁକ୍ତ ବିକଳ୍ପ ବୋଲି ଧରିବାକୁ ହେବ ।