ଲକ୍ ଡାଉନ୍‌କୁ ଫୁ, ଦିଲ୍ଲୀର ଯମୁନାଘାଟରେ ଏକାଠି ହେଲେ ଶ୍ରମିକ

ଲକ୍ ଡାଉନ୍‌କୁ ଫୁ, ଦିଲ୍ଲୀର ଯମୁନାଘାଟରେ ଏକାଠି ହେଲେ ଶ୍ରମିକ

ଲକ୍ ଡାଉନ୍‌କୁ ଫୁ, ଦିଲ୍ଲୀର ଯମୁନାଘାଟରେ ଏକାଠି ହେଲେ ଶ୍ରମିକ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ କରୋନା ସହ ମୁକାବିଲା କରିବାରେ ଜୋରସୋର୍‌ର ପ୍ରସ୍ତୁତି ଚଲାଇଛନ୍ତି । କରୋନା ସହ ଦୃଢ ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି କରାଯାଇଛି । କରୋନା କବଳରୁ କେବଳ ସାମାଜିକ ଦୂରତ୍ବ ଜରିଆରେ ଏହି ସଂକ୍ରମଣକୁ ରୋକାଯାଇପାରିବ । କିନ୍ତୁ ବହୁ ଜାଗାରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳିଛି । ଗତକାଲି ମୁମ୍ବାଇର ବାନ୍ଦ୍ରା ସହରରେ ଶହ ଶହ ପ୍ରବାସୀ ଶ୍ରମିକ ରାସ୍ତା ଉପରକୁ ଆସି ସାମାଜିକ ଦୂରତ୍ବକୁ ଫୁ’ କରିଥିବାବେଳେ ଆଜି ସେହିପରି ସମାନ ଅବସ୍ଥା ଦିଲ୍ଲୀରେ ଦେଖିବାକୁ ମିଳିଛି । ଦିଲ୍ଲୀର କାଶ୍ମୀର ଗେଟ୍‌ ନିକଟରେ ଯମୁନା ନଦୀ ପାଖରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ଘଟରା ପରେ ଦିଲ୍ଲୀ ସରକାରଙ୍କ ଉପରକୁ ମଧ୍ୟ ପ୍ରଶ୍ନ ଉଠିଛି । ଯମୁନା ନଦୀ ପାଖରେ ହଜାର ଜହାର ସଂଖ୍ୟାରେ ଲୋକେ ରହୁଛନ୍ତି । ସରକାରଙ୍କ ମତରେ ଲୋକଙ୍କ ସେଲ୍ଟର ହୋମରେ ରଖାଯାଉଛି । ଖାଦ୍ୟର ପୂରା ବନ୍ଦୋବସ୍ତ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦିଆଯାଉଛି । କିନ୍ତୁ ସେଠାରେ ରହିଥିବା ଲୋକମାନେ ଖାଦ୍ୟ ଠିକ୍‌ରେ ମିଳୁନଥିବାର ଅଭିଯୋଗ କରିଛନ୍ତି । ସେଠାରେ ରହିଥିବା ଲୋକଙ୍କ ମତରେ ପୂର୍ବରୁ ପ୍ରଶାସନ ତରଫରୁ ଖାଦ୍ୟର ବନ୍ଦୋବସ୍ତ କରାଯାଇଥିଲା । କିନ୍ତୁ ଏବେ ଗୋଟିଏ ସମୟରେ ଖାଇବା ମିଳୁଛି, ତାହା ପୁଣି ଗୁରୁଦ୍ବାର ଲୋକଙ୍କ ତରଫରୁ । ନିକଟରେ କାଶ୍ମୀର ଗେଟ୍‌ ନିକଟରେ ଥିବା ସେଲ୍ଟର ହୋମ୍‌ରେ ନିଆଁ ଲାଗିଯିବାକୁ ସେଠାରୁ ଲୋକେ ପଳାୟନ କରିଛନ୍ତି । ଅପରପକ୍ଷରେ ଦିଲ୍ଲୀରେ କରୋନା ସ୍ଥିତି ବେଶ୍‌ ଚିନ୍ତାଜନକ ରହିଛି । ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1500ରୁ ଉର୍ଦ୍ଧ୍ବ ରହିଥିବାବେଳେ 30 ଜଣ ମୃତ୍ୟୁବରଣ କରି ସାରିଛନ୍ତି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ଦ୍ବିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଯମୁନା ଘାଟରେ ଫଶି ରହିଥିବା ଶ୍ରମିକଙ୍କୁ ସ୍ଥାନାନ୍ତର କରିବାକୁ ଆଦେଶ ଦେଇଛନ୍ତି । ସେମାନଙ୍କର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।