ବଦଳିଲା ଦଶମ ଶ୍ରେଣୀ ପାଠ୍ୟପୁସ୍ତକର ୮ ଟି ବିଷୟ

ବଦଳିଲା ଦଶମ ଶ୍ରେଣୀ ପାଠ୍ୟପୁସ୍ତକର ୮ ଟି ବିଷୟ

ବଦଳିଲା ଦଶମ ଶ୍ରେଣୀ ପାଠ୍ୟପୁସ୍ତକର ୮ ଟି ବିଷୟ
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା ଦଶମ ଶ୍ରେଣୀ ପାଠ୍ୟପୁସ୍ତକର କିଛି ବିଷୟରେ ପରିବର୍ତ୍ତନ କରାଯାଇଛି । ଲକଡାଉନ ସ୍ଥିତି ସୁଧୁରିବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ବହି ବିକ୍ରି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ଶ୍ରୀକାନ୍ତ ତରାଇ ଏହି ସୂଚନା ଦେଇ କହିଛନ୍ତି ଯେ ଦଶମ ଶ୍ରେଣୀର ମୋଟ ୧୪ଟି ବିଷୟ ମଧ୍ୟରୁ ୮ଟି ବିଷୟରେ କିଛି କିଛି ବଦଳିଛି । ୮ଟି ବିଷୟ ହେଉଛି ସାହିତ୍ୟ ସିନ୍ଧୁ, ସ୍କିଲ ଅଫ କମ୍ୟୁନିକେଟିଭ ଇଂରାଜୀ, ମାଧ୍ୟମିକ ବୀଜଗଣିତ, ମାଧ୍ୟମିକ ଜ୍ୟାମିତି, ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ, ଇତିହାସ ଓ ରାଜନୀତି ବିଜ୍ଞାନ, ଭୂଗୋଳ ଓ ଅର୍ଥନୀତି । ଏହି ବହି ଗୁଡ଼ିକରେ ଅଳ୍ପ ବିଷୟରେ କିଛି ପରିବର୍ତ୍ତନ କରାଯାଇଛି । ଲକଡାଉନ ଚାଲୁ ରହିଥିବାରୁ ବହି ବିକ୍ରୟ ହୋଇପାରିନାହିଁ । ଲକଡାଉନ ଉଠିବା ପରେ ବିକ୍ରି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଓଡ଼ିଶା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ଏ ନେଇ ମନ୍ତ୍ରୀ ଓ ପରିଷଦର ଦୃଷ୍ଟି ଆକର୍ଷଣ କରିଥିଲେ । ସେ କହିଥିଲେ ଯେ ଲକଡାଉନ ସମୟରେ ଛାତ୍ରଛାତ୍ରୀଙ୍କୁ କିପରି ଡିଜିଟାଲ ମାଧ୍ୟମରେ ଶିକ୍ଷା ଦିଆଯିବ, ସେଥିପାଇଁ ସରକାର ତତ୍ପରତା ଦେଖାଇଛନ୍ତି । ଏଥିପାଇଁ କିଛି ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ମଧ୍ୟ ଜିଲ୍ଲାସ୍ତରରେ ବିଦ୍ୟାଳୟସ୍ତରୀୟ ହ୍ୱାଟସଆପ ଗ୍ରୁପ ଖୋଲି ସାରିଲେଣି ।