ଆଜି ପବିତ୍ର ଦୋଳପୂର୍ଣ୍ଣିମା, ଶ୍ରୀଜୀଉଙ୍କ ସୁନାବେଶ
ଆଜି ପବିତ୍ର ଦୋଳପୂର୍ଣ୍ଣିମା, ଶ୍ରୀଜୀଉଙ୍କ ସୁନାବେଶ
admin
Mar 21, 2019 - 09:36
Updated: Mar 21, 2019 - 09:36
ପୁରୀ: ଦୋଳ ପୂର୍ଣ୍ଣିମା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । ସମଗ୍ର ରାଜ୍ୟରେ ଗୁରୁବାର ଆନନ୍ଦ ଉଲ୍ଲାସ ମଧ୍ୟରେ ଦୋଳ ପୂର୍ଣ୍ଣିଆ ପାଳନ କରାଯାଉଛି । ବସନ୍ତ ଋୁତୁରେ ଓଡିଶାର ଏହା ହେଉଛି ଏକ ମୁଖ୍ୟ ପର୍ବ । ଗାଁ ଗାଁରେ ଦୋଳ ମେଲଣ ସହ ମଣ୍ଡପରେ ପ୍ରଭୁ ବିରଜମାନ କରୁଛନ୍ତି । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଏହି ଅବସରରେ ଦୋଳଗୋବିନ୍ଦ ଭାବେ ପୂଜା କରାଯାଏ ।
ଆଜି ଫାଲଗୁନ ଶୁକ୍ଳ ପଞ୍ଚମୀ ବା ଦୋଳପୂର୍ଣ୍ଣିମା । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସୁନାବେଶ ନୀତି ଅନୁଷ୍ଠିତ ହେବ । ବିଜୟା ଦଶମୀ,ବାହୁଡ଼ା ଯାତ୍ରା ପରଦିନ, କାର୍ତ୍ତିକ ପୂର୍ଣ୍ଣିମା ପରି ଦୋଳପୂର୍ଣ୍ଣିମାରେ ବଡ଼ ଠାକୁର ସୁନାବେଶରେ ସଜାଇ ହୋଇଥାନ୍ତି । ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ଓ ରତ୍ନ ସିଂହାସନରେ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବେ । ଏଥିପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଲାଣି । ଦୋଳବେଦିରେ ଆଜି ତିନିଠାକୁର ଦୋଳବେଦିକୁ ଯିବେ । ନାଭିକଟା ମଣ୍ଡପକୁ ଠାକୁର ବିଜେ ହେବା ପରେ ଆରମ୍ଭ ହେବ ସୁନାବେଶ । ଦୋଳ ବେଦିରେ ରଙ୍ଗ ଖେଳିବେ ମହାପ୍ରଭୁ । ରତ୍ନ ସିଂହାସନରୁ ଓହ୍ଲାଇ ଆସି ଭକ୍ତଙ୍କ ସହ ରଙ୍ଗ ଖେଳିବେ ମହାପ୍ରଭୁ ।