ଷ୍ଟେନଗ୍ରାଫରଙ୍କ ଘରେ ଭିଜିଲାନ୍ସ ଚଢାଉ

ଷ୍ଟେନଗ୍ରାଫରଙ୍କ ଘରେ ଭିଜିଲାନ୍ସ ଚଢାଉ

ଷ୍ଟେନଗ୍ରାଫରଙ୍କ ଘରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ବର: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକଙ୍କ କାର୍ୟ୍ୟାଳୟର ବରିଷ୍ଠ ଷ୍ଟେନଗ୍ରାଫର ପ୍ରମୋଦ କୁମାର ବସନ୍ତରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର କଟକସ୍ଥିତ ବାସଘର ସମେତ ପାଞ୍ଚଟି ସ୍ଥାନରେ ଚଢାଉ ହୋଇଛି। ବାଦାମବାଡି ଓଲ୍ଡ ଏଲଆଇସି କଲୋନୀରେ ଥିବା ତାଙ୍କର ସରକାରୀ କ୍ବାଟର୍ସ, ସାଲେପୁରର ଚମ୍ପତିରେ ଥିବା ଦୁଇଟି ଅଟ୍ଟାଳିକା, ଜଗତପୁରର ନିମପୁରରେ ଥିବା ଦୁଇ ମହଲା ବିଶିଷ୍ଟ କୋଠାଘର ଏବଂ ସିଡିଏସ୍ଥିତ ତାଙ୍କର ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରିଛି। ଏହା ସହ ଏସସିବି ମେଡିକାଲରେ ଥିବା ତାଙ୍କର କାର୍ୟ୍ୟାଳୟରେ ମଧ୍ୟ ଜାରି ରହିଛି।