ଜଗତିଗଡାରେ ଦୁର୍ଘଟଣା, ଜଣେ ମୃତ୍ୟୁ, ୮ ଗୁରୁତ୍ୱର
ଜଗତିଗଡାରେ ଦୁର୍ଘଟଣା, ଜଣେ ମୃତ୍ୟୁ, ୮ ଗୁରୁତ୍ୱର
admin
Aug 21, 2019 - 05:47
Updated: Aug 21, 2019 - 05:47
ପାରାଦ୍ୱୀପ: (ଲକ୍ଷ୍ମୀନାରାୟଣ ସାହୁ):ଭୁତମୁଣ୍ଡାଇ ଜଗତିଗଡା ଠାରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଯାଇଛି । ରାସ୍ତା ଉପରେ ଛିଡାହୋଇଥିବା ଏକ ଟ୍ରକ୍ କୁ ଏକ ପିକଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ କେନ୍ଦ୍ରାପଡା ଥାନା ଭୋଇପୁର ଗ୍ରାମର ସ୍ୱଗତ କୃଷ୍ଣ ଚନ୍ଦ୍ର ମଲ୍ଲିକଙ୍କ ପୁତ୍ର ଖଗେଶ୍ୱର ମଲ୍ଲିକଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଛନ୍ତି । କେନ୍ଦ୍ରାପଡା ଓସ୍ତର ଗ୍ରାମର ଗଣେଷ ମଲ୍ଲୀକ, ଯୋଗେନ୍ଦ୍ର ଦାସ, ବଡବନ୍ଧ ଗ୍ରାମର ଟିମା ମଲ୍ଲୀକ, ବଡଘାଇ ଗ୍ରାମର ଗୋଲେଖ ସେଠୀ ଓ ଅନ୍ୟମାନେ ଗୁରୁତ୍ୱର ହେବାରୁ ତାଙ୍କୁ ପ୍ରଥମେ ଅଠରବାଙ୍କୀ ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଲକ୍ ଥାନାରେ ୧୩୮/୨୦୧୯ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ଥାନାର ଏଏସ୍ଆଇ ରଜନୀକାନ୍ତ ଦାସ ପ୍ରକାଶ କରିଛନ୍ତି ।