ଆଜିଠୁ ଖୋଲିବ ଭିତରକନିକା

ଆଜିଠୁ ଖୋଲିବ ଭିତରକନିକା

ଆଜିଠୁ ଖୋଲିବ ଭିତରକନିକା
ରାଜନଗର: ବିଶ୍ୱ ପ୍ରସିଦ୍ଧ ଭିତର କନିକା ଜାତୀୟ ଉଦ୍ୟାନ ଆସନ୍ତାକାଲିଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ । କୁମ୍ଭୀର ପ୍ରଜନନ ଋତୁ ପାଇଁ ଭିତର କନିକା ଜାତୀୟ ଉଦ୍ୟାନ ମେ ୧ ରୁ ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରଖାଯାଇଥିଲା । ବଉଳା କୁମ୍ଭୀରମାନେ ପ୍ରଜନନ ସମୟରେ ଅଧିକ ହିଂସ୍ର ହୋଇଥାନ୍ତି । ତେଣୁ ଏହି ସମୟରେ ପର୍ଯ୍ୟଟକଙ୍କୁ ଆକ୍ରମଣ କରିବାର ଆଶଙ୍କା ଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଭିତର କନିକାକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଏହା ୩ ମାସ ବନ୍ଦ ରଖାଯାଇଥାଏ । ଆସନ୍ତାକାଲିଠାରୁ ପର୍ଯ୍ୟଟକମାନେ ଭିତରକନିକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଗୁପ୍ତି ଘାଟ ନିକଟରୁ ପର୍ଯ୍ୟଟକମାନେ ଦୀର୍ଘ ୨ ଘଣ୍ଟା ନୌବିହାର କରିବା ସହିତ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ । ପର୍ଯ୍ୟଟକଙ୍କୁ ନେବା ଆଣିବା ପାଇଁ ବନ ବିଭାଗ ପକ୍ଷରୁ ୫ଟି ବୋଟ୍ ଥିବା ବେଳେ ୨୩ଟି ଘରୋଇ ବୋଟ୍କୁ ମଧ୍ୟ ସାମିଲ କରାଯାଇଛି । ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନରେ ପ୍ରବେଶ ପାଇଁ ଭୋଟ ପରିଚୟ ପତ୍ର ଲାଇଫ୍ ଜ୍ୟାକେଟ୍କୁ ବାଧ୍ୟତାମୂଳକ କରାଯାଇଛି ବୋଲି ଏସିଏଫ ପ୍ରଦୋଷ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।