ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ ପରବର୍ତ୍ତୀ ପ୍ରଧାନ ବିଚାରପତି

ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ ପରବର୍ତ୍ତୀ ପ୍ରଧାନ ବିଚାରପତି

ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ ପରବର୍ତ୍ତୀ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ : ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ଼ ଦେଶର ପରବର୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି । ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବରରେ ସରୁଥିବାରୁ ସେ ବୋବଡେ଼ଙ୍କ ନାମ ସୁପାରିଶ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପରବର୍ତୀ ପ୍ରଧାନ ବିଚାରପତି ଭାବେ ଏସଏ ବୋବଡେ଼ଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଗୋଗୋଇ ସରକାରଙ୍କୁ ପତ୍ର ଲେଖିଛନ୍ତି । ୨୦୧୮ ଅକ୍ଟୋବର ୩ରେ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିବା ଜଷ୍ଟିସ ଗୋଗୋଇ ଆସନ୍ତା ନଭେମ୍ବର ୧୭ରେ ଅବସର ନେବେ । ମଧ୍ୟପ୍ରଦେଶ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ବୋବଡେ଼ ଏବେ ବରିଷ୍ଠତା ଭିତିରେ ସୁପ୍ରିମକୋର୍ଟରେ ନମ୍ବର ୨ ଭାବେ ବିବେଚିତ ହେଉଛନ୍ତି ।