କଳା ତାଲିକାଭୁକ୍ତ ହେଲା ପାକିସ୍ତାନ

କଳା ତାଲିକାଭୁକ୍ତ ହେଲା ପାକିସ୍ତାନ

କଳା ତାଲିକାଭୁକ୍ତ ହେଲା ପାକିସ୍ତାନ
ନୂଆଦିଲ୍ଲୀ: ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ପୁରାଇବାର ଫଳ କ’ଣ ହୋଇଥାଏ ତାହା ଏବେ କେବଳ ପାକିସ୍ତାନକୁ ଜଣା । କାରଣ ଜାମ୍ମୁ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଯେଭଳି ଭାବେ ପ୍ରତିକ୍ରିୟା ଶୀଳ ହୋଇପଡ଼ିଥିଲା ତାହା ପରଣାମ ତାକୁ ଏବେ ଭୋଗିବାକୁ ପଡ଼ୁଛି । ୩୭୦ ଉଚ୍ଛେଦ ପ୍ରସଙ୍ଗରେ ବିଭିନ୍ନ ଦେଶ ପାକସ୍ତାନକୁ ସମର୍ଥନ କରିବାକୁ ମନା କରିଦେବାପରେ ଏବେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି । କାରଣ ପାକିସ୍ତାନକୁ ଏବେ କଳା ତାଲିକାଭୁକ୍ତ କରାଯାଇଛି । ଏସିଆ-ପ୍ୟାସିଫିକ ଗ୍ରୁପ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ସିଆ-ପ୍ୟାସିଫିକ ଗ୍ରୁପ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିଛି । କଳା ତାଲିକାଭୁକ୍ତ କରିବା ସହ ଏଫଏଟିଏଫ ପକ୍ଷରୁ ପାକିସ୍ତାନକୁ ଚେତାବନୀ ମଧ୍ୟ ଦିଆଯାଇଛି । ଚରିତ୍ରରେ ସୁଧାର ନଆଣିଲେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଫଏଟିଏଫ ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି ।