ପ୍ରଧାନମନ୍ତ୍ରୀଙ୍କ ଫୋନି ସମୀକ୍ଷା

ପ୍ରଧାନମନ୍ତ୍ରୀଙ୍କ ଫୋନି ସମୀକ୍ଷା

ପ୍ରଧାନମନ୍ତ୍ରୀଙ୍କ ଫୋନି ସମୀକ୍ଷା
ନୂଆଦିଲ୍ଲୀ: ବାତ୍ୟା ଫୋନି ଓ ଏହାର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତି । ନୂଆଦିଲ୍ଲୀରେ ଠାରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ଗୃହ ସଚିବ ଉପସ୍ଥିତ ଥିଲେ । ଆଇଏମଡି ଓ ଏନଡିଆରଏଫର ବରିଷ୍ଠ ଅଧିକାରୀ ମଧ୍ୟ ବୈଠକରେ ହୋଇଥିଲେ । ପ୍ରଭାବିତ ରାଜ୍ୟ ସହ ଯୋଗସୂତ୍ର ରଖିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଯୋଗସୂତ୍ର ରଖି ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୋଦି ନିର୍ଦ୍ଧେଶ ଦେଇଛନ୍ତି ।