ଇତିହାସ ରଚିଲା ଇସ୍ରୋ; ୨୮ ଉପଗ୍ରହ ସହ ମହାକାଶକୁ ପଠାଇଲା ଏମିସାଟ୍‌

ଇତିହାସ ରଚିଲା ଇସ୍ରୋ; ୨୮ ଉପଗ୍ରହ ସହ ମହାକାଶକୁ ପଠାଇଲା ଏମିସାଟ୍‌

ଇତିହାସ ରଚିଲା ଇସ୍ରୋ; ୨୮ ଉପଗ୍ରହ ସହ ମହାକାଶକୁ ପଠାଇଲା ଏମିସାଟ୍‌
ନୂଆଦିଲ୍ଲୀ: ଆଜି ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। । ଆନ୍ଧ୍ରପ୍ରଦେଶ ଶୀହରିକୋଟା ସତିଶ ଧାବନ ସ୍ପେସ ସେଂଟରରୁ ଭାରତର ଆମିସେଟ (ଇଏମଆଇଏସଏଟି) ଉପଗ୍ରହକୁ ଉତକ୍ଷେପଣ କରାଯାଇଛି । ଆମିସେଟ ସହିତ ୨୮ ବିଦେଶୀ ଉପଗ୍ରହକୁ ମଧ୍ୟ ଉତକ୍ଷେପଣ କରାଯାଇଛି । ଆଜି ସକାଳେ ଏଥି ପାଇଁ ଇସ୍ରୋ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିଲା । ଇସ୍ରୋର ବୈଜ୍ଞାନିକମାନେ ରବିବାର ରାତି ସାରା ସଫଳ ପରୀକ୍ଷଣ ପାଇଁ କାମ କରିଛନ୍ତି । ସୂଚନା ଅନୁସାରେ ଏମିସାଟ୍ ସହିତ ପିଏସ୍ଏଲଭି ରକେଟ ବିଦେଶର ୨୮ଟି ଉପଗ୍ରହକୁ ମହାକାଶ ନେଇ ଯାଇଛି। ମହାକାଶର ୩ଟି ଭିନ୍ନ ଭିନ୍ନ କକ୍ଷପଥରେ ଉପଗ୍ରହଗୁଡ଼ିକୁ ସ୍ଥାପନ କରିବ। ରକେଟ ପ୍ରଥମେ ୪୩୬ କିଲୋଗ୍ରାମ ଓଜନର ଏମିସାଟକୁ ୭୪୯ କିଲୋମିଟର ଦୂରତାରେ ଥିବା କକ୍ଷପଥରେ ସ୍ଥାପନ କରିବ। ଏହା ପରେ ୨୮ଟି ଉପଗ୍ରହକୁ ୫୦୪ କିଲୋମିଟର ଉଚ୍ଚ କକ୍ଷପଥରେ ସ୍ଥାପନ କରିବ। ବିଦେଶର ୨୮ଟି ଉପଗ୍ରହ ମଧ୍ୟରୁ ଆମେରିକାର ୨୪ଟି, ଲିଥୁଆନିଆର ୨ଟି ଏବଂ ସ୍ପେନ ଓ ସ୍ବିଜରଲାଣ୍ଡର ଗୋଟିଏ ଲେଖାଏ ଉପଗ୍ରହ ରହିଛି।ଏମିସାଟ ମହାକାଶରେ ଶତ୍ରୁପକ୍ଷର ରାଡାର ଉପରେ ତୀକ୍ଷ୍ଣ ନଜର ରଖିବ। ତେବେ ପ୍ରଥମ ଥର ପାଇଁ ସାଟେଲାଇଟ ଉତ୍କ୍ଷେପଣ ସମୟରେ ୧ ହଜାର ଲୋକଙ୍କୁ ଦେଖିବାର ସୁଯୋଗ ମିଳିଥିଲା।