ଝଡବର୍ଷାରେ ୨୫ ମୃତ

ଝଡବର୍ଷାରେ ୨୫ ମୃତ

ଝଡବର୍ଷାରେ ୨୫ ମୃତ
କାଠମାଣ୍ଡୁ: ନେପାଳରେ ପ୍ରବଳ ଝଡ଼ବର୍ଷା ଯୋଗୁ ୨୫ ଜଣଙ୍କର ମୃତ୍ୟୁ ହେବା ସହ ୪୦୦ରୁ ଅଧିକ ଜନସାଧାରଣ ଆହତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଦକ୍ଷିଣ ନେପାଳର ଏକାଧିକ ଗାଁ ଏହି ଝଡ଼ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ଗାଁରେ ବହୁ ସଂଖ୍ୟକ ଗଛ ଉପୁଡ଼ି ପଡ଼ିବା ସହ ଘରଦ୍ବାର ଭାଙ୍ଗିଯାଇଛି। କେବଳ ବାରା ଜିଲାରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପୁଲିସ ଏବଂ ସେନା ବାହିନୀ ପକ୍ଷରୁ ଉଦ୍ଧାର କାର‌୍ୟ୍ୟ ରିଲିଫ ପହଞ୍ଚାଇବାକୁ ଉଦ୍ୟମ ଜାରି ରହିଛି। ଏହି ପ୍ରାକୃତିକ ବିପର‌୍ୟ୍ୟୟକୁ ନେଇ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।