୨ରେ ଆସିବେ ମାୟାବତୀ

୨ରେ ଆସିବେ ମାୟାବତୀ

୨ରେ ଆସିବେ ମାୟାବତୀ
ଭୁବନେଶ୍ୱର:ସାଧାରଣ ନିର୍ବାଚନରେ ବିଏସପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ବିଏସପିର ସୁପ୍ରିମୋ ସୁଶ୍ରୀ ମୟାବତୀ ଆସନ୍ତା ୨ରେ ଓଡିଶା ଆସୁଛନ୍ତି । ରାଜ୍ୟ ବିଏସପି ସଭାପତି ଟଙ୍କଧର ବାଗ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଆୟୋଜିତ ସଭାରେ ବିଏସପିର ଜାତୀୟ ସଭାପତି ମାୟାବତୀ ବିଶ୍ୱାଳ ଜନସମାବେଶକୁ ସମ୍ବୋଧିତ କରିବେ । ରାଜ୍ୟରେ ଅବହେଳିତ, ଦଳିତ ନିଷ୍ପେଷିତଙ୍କୁ ନ୍ୟାୟ ମିଳୁ ନାହିଁ । ଏହା ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ରହିବ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟରେ ୧୪୬ ବିଧାନସଭା ଓ ୨୧ ଲୋକସଭା ନିମନ୍ତେ ପାର୍ଟି ପକ୍ଷରୁ ପ୍ରାର୍ଥୀ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ଧର୍ମେବୀର ସଂ ଅଶୋକ, ପ୍ରଭାରୀ ସୁବ୍ରତ ସାମଲ ଓ ନ୍ୟାୟ ଅଭିଯାନର ଆବାହକ ଅକ୍ଷୟ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।