ଜୁଲାଇ ୫ ରେ କେନ୍ଦ୍ର ବଜେଟ୍

ଜୁଲାଇ ୫ ରେ କେନ୍ଦ୍ର ବଜେଟ୍

ଜୁଲାଇ ୫ ରେ କେନ୍ଦ୍ର ବଜେଟ୍
ନୂଆଦିଲ୍ଲୀ:କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସରକାରଙ୍କ ଅଧୀନରେ ଜୁନ୍ ୨୦ରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ । ଜୁଲାଇ ୨୬ ଯାଏ ଏହା ଚାଲିବ ଏବଂ ଜୁଲାଇ ୫ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଜୁଲାଇ ୪ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ଶୁକ୍ରବାର ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ମୋଦିି ୨.୦ ର ଏହା ପ୍ରଥମ ବଜେଟ । ୧୭ତମ ଲୋକ ସଭାର ଏହା ହେବ ପ୍ରଥମ ଅଧିବେଶନ । ଜୁନ୍ ୨୦ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ଯୁଗ୍ମ ବୈଠକରେ ଉଦବୋଧନ ଦେବେ । ଜୁଲାଇ ୧୯ରେ ନୂଆ ଲୋକସଭା ବାଚସ୍ପତିଙ୍କୁ ନିର୍ବାଚିତ କରାଯିବ ।