୧୬ ରୁ ଡିଏଲ / ଲର୍ଣ୍ଣର ଲାଇସେନ୍ସ ପାଇଁ ପୋର୍ଟାଲରେ ଅନଲାଇନ ପେମେଣ୍ଟ

୧୬ ରୁ ଡିଏଲ / ଲର୍ଣ୍ଣର ଲାଇସେନ୍ସ ପାଇଁ ପୋର୍ଟାଲରେ ଅନଲାଇନ ପେମେଣ୍ଟ

୧୬ ରୁ ଡିଏଲ / ଲର୍ଣ୍ଣର ଲାଇସେନ୍ସ ପାଇଁ ପୋର୍ଟାଲରେ ଅନଲାଇନ ପେମେଣ୍ଟ
ଭୁବନେଶ୍ୱର: ରାଜ୍ୟ ସରକାର ୫ଟି ଯୋଜନାରେ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି । ଅନଲାଇନ ପେମେଣ୍ଟ ବ୍ୟବସ୍ଥା ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୬ ତାରିଖରୁ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଅନଲାଇନରେ ସାରଥୀ ପୋର୍ଟାଲରେ ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ, ସରକାରୀ ରାଜସ୍ୱ ବା ସେବା ବାବଦ ଦେୟ ଆଦି ସବୁ ପ୍ରକାର କାରବାର କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିନେଇ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଣ ତଥା ଲର୍ଣ୍ଣର ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ସମେତ ସମସ୍ତ ପ୍ରକାର ସରକାରୀ ସେବାକୁ ସରଳ କରିବା ନିମନ୍ତେ ୨୦୧୯ ଡିସେମ୍ବର ୧୬ ରେ ସାରଥୀ ପୋର୍ଟାଲ ପ୍ରଚଳନ କରାଯାଇଥିଲା । ଏହା ଦ୍ୱାରା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) କାଉଣ୍ଟର ଆଗରେ ଲମ୍ବା ଲାଇନ ଦୂର କରାଯାଇପାରିଛି । ଆବେଦନକାରୀ ଅନଲାଇନରେ ଆବେଦନପତ୍ର ପୂରଣ କରିବା ସହିତ ଡକୁମେଣ୍ଟ ଅନଲାଇନରେ ଅପଲୋଡ କରିପାରିବେ । ଅନଲାଇନରେ ପଇସା ଦେବା ସହିତ ଏଲଏଲ/ ଡିଏଲ ପାଇଁ ସ୍ଲଟ ବୁକ୍ କରିପାରିବେ । ଏଥିପାଇଁ ଆବେଦନକାରୀଙ୍କୁ ଆରଟିଓ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଆବେଦନପତ୍ର ଦାଖଲ କରିବା ପଇସା ଜମା କରିବା ପାଇଁ ମୂଲ୍ୟବାନ ସମୟ ନଷ୍ଟ ହେବ ନାହିଁ । ଗତ ମାର୍ଚ୍ଚ ମାସ ୧ ରୁ ୧୨ ମଧ୍ୟରେ ସାରଥୀ ପୋର୍ଟାଲରେ ଅନଲାଇନ ପେମେଣ୍ଟ ସାରା ରାଜ୍ୟରେ ୯୨ ପ୍ରତିଶତରେ ପହଞ୍ଚିଛି । ୨୦୧୯ ଅଗଷ୍ଟରେ ଅନଲାଇନ ପେମେଣ୍ଟ ପରିମାଣ ମାତ୍ର ୭ ପ୍ରତିଶତ ଥିଲା । ଗଜପତି, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, ଦେବଗଡ଼, ଭଞ୍ଜନଗର, ଭୁବନେଶ୍ୱର-୨, ରାୟଗଡ଼ା, ବରଗଡ଼ ଆରଟିଓ ଏବଂ ଏଆରଟିଓ ରାଇରଙ୍ଗପୁରରେ ଅନଲାଇନ ପେମେଣ୍ଟ ୧୦୦ ପ୍ରତିଶତରେ ପହଞ୍ଚିଛି । ଭୁବନେଶ୍ୱର ଆରଟିଓ-୧, ବଲାଙ୍ଗୀର, ଢ଼େଙ୍କାନାଳ, କୋରାପୁଟ, ଫୁଲବାଣୀ, ପୁରୀ, ରାଉରକେଲା, ସମ୍ବଲପୁର, ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡ଼ା, ତାଳଚେରରେ ୯୯ ପ୍ରତିଶତ ଅନଲାଇନ ପେମେଣ୍ଟ ସମ୍ଭବ ହୋଇପାରିଛି ।