ସୂଚନା ଦେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ସୂଚନା ଦେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
admin
Mar 14, 2020 - 12:06
Updated: Mar 14, 2020 - 12:06
କରୋନା ସଂକ୍ରମଣ ଘଟଣା ସମ୍ପର୍କରେ ପ୍ରକୃତ ସ୍ଥିତିଠାରୁ ଲୋକଙ୍କର ଉଦବେଗ ଏହାକୁ ଅଧିକ ଭୟଙ୍କର କରିଦେଇଛି । ଏ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କେତେକ ତଥ୍ୟ ପ୍ରଦାନ କରାଯାଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ସଚେତନତା ଏବଂ ପରିଚ୍ଛନ୍ନତା କରୋନାଠାରୁ ସୁରକ୍ଷିତ ରଖିପାରିବ ।
କରୋନା ଭୂତାଣୁ ଗରମ ହେଉ କିମ୍ବା ଥଣ୍ଡା ଯେକୌଣସି ପରିବେଶରେ ବ୍ୟାପିପାରେ ।
ଥଣ୍ଡା କିମ୍ବା ବରଫାବୃତ ଅଞ୍ଚଳ ଏହି ନୂଆ କରୋନା କିମ୍ବା ଅନ୍ୟ ଯେକୌଣସି ରୋଗର ଭୂତାଣୁକୁ ନଷ୍ଟ କରିପାରେ ନାହିଁ । କାରଣ ମଣିଷ ଶରୀରର ତାପମାତ୍ରା ୩୬ ରୁ ୩୭ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥାଏ ।
ଗରମ ପାଣିରେ ଗାଧୋଇଲେ ମଧ୍ୟ କରୋନା ଭୂତାଣୁ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।
ମଶା କାମୁଡ଼ିଲେ ଏହି ଭୂତାଣୁ ସଂକ୍ରମଣ ହେବା କି ନାହିଁ ଜଣାପଡ଼ିନାହିଁ । ତେବେ ଏହା ମୁଖ୍ୟତଃ ଲୋକଙ୍କ କାଶ, ଛିଙ୍କ ଦ୍ୱାରା ବ୍ୟାପିଥାଏ ।
ହ୍ୟାଣ୍ଡ ଡ୍ରାୟର କେବଳ ହାତ ଶୁଖାଯାଇପାରେ, ଏହି ଭୂତାଣୁକୁ ମରାଯାଇପାରେ ନାହିଁ ।
ଅଲଟ୍ରାଓଲେଟ ଡିସଇନଫେକଟାଣ୍ଟ ଲ୍ୟାମ୍ପ ମଧ୍ୟ କିଛି ପ୍ରଭାବ ପକାଇ ନଥାଏ ।
ଥର୍ମାଲ ସ୍କାନର କେବଳ ଜ୍ୱରର ପରିମାଣ ଜଣାଇଥାଏ, ଭୂତାଣୁ ସମ୍ପର୍କରେ ଜଣାଇ ପାରେନି । କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଜ୍ୱର ଆସିବାରେ ୨ ରୁ ୧୦ ଦିନ ସମୟ ଲାଗିଯାଏ ।
ଆଲକୋହଲ କିମ୍ବା କ୍ଲୋରିନ ସ୍ପ୍ରେ ମଧ୍ୟ ଏହା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।
ଯଦିଓ ପୋଷାଜୀବଙ୍କ ଠାରୁ କରୋନା ସଂକ୍ରମଣ କୌଣସି ସୂଚନା ମିଳିନାହିଁ, ତଥାପି ସେମାନଙ୍କ ସଂସ୍ପର୍ଶରେ ଆସିବା ପରେ ଭଲ ଭାବେ ହାତ ଧୋଇବା ଜରୁରୀ ।
ନିମୋନିଆ ଭ୍ୟାକ୍ସିନ କରୋନା ଭୂତାଣୁଠାରୁ ସୁରକ୍ଷା ଦେଇପାରେ ନାହିଁ । ଏହା ସମ୍ପୂର୍ଣ୍ଣ ନୂଆ ଭୂତାଣୁ ।
ସାଲାଇନରେ ନାକ ସଫା କରିବା ଦ୍ୱାରା ଏହି ଭୂତାଣୁକୁ ସୁରକ୍ଷା ମିଳେ ନାହିଁ । ଅବଶ୍ୟ ଥଣ୍ଡା, ସର୍ଦ୍ଦିରୁ ସୁରକ୍ଷା ମିଳିଥାଏ ।
ରସୁଣ ଖାଇବା ଦ୍ୱାରା କରୋନା ସଂକ୍ରମଣରୁ ସୁରକ୍ଷା ମିଳୁଥିବାର କୌଣସି ସୂଚନା ନାହିଁ ।
ବୟସ ନିର୍ବିଶେଷରେ ଏହା ଯେକୌଣସି ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିପାରେ । ଅବଶ୍ୟ ଶ୍ୱାସ, ମଧୁମେହ, ହୃଦରୋଗ ଥିଲେ ଏହାର ପ୍ରଭାବ ଅଧିକ ।