ଯୁବକଙ୍କ ନିଯୁକ୍ତି ପାଇଁ କମ୍ପାନୀ କାର୍ଯ୍ୟ ହେଲା ପ୍ରଭାବିତ

ଜଣେ ଯୁବକ କୁ ନିଯୁକ୍ତି ପାଇଁ କମ୍ପାନୀ କାର୍ଯ୍ୟ ହେଲା ପ୍ରଭାବିତ l ପାରାଦୀପ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ଫାଟକ ସମ୍ମୁଖରେ ଧାରଣରେ ବସିଲେ ବାଲଡ଼ିଆ ଗ୍ରାମବାସୀ l ସୂଚନା ଅନୁଯାଇ ନୂଆଗଡ ପଞ୍ଚାୟତ ବାଲଡ଼ିଆ ଗ୍ରାମର ପ୍ରଭାସ ବେହେରା ଚାରି ବର୍ଷ ଧରି କମ୍ପାନୀ ରେ ରହିଥିବା କିଛି ଗୋରୁଗାଈ ଙ୍କ ସେବାକାର୍ଯ୍ୟ ରେ ନିୟୋଜିତ ଥିଲେ l ପ୍ରଭାସ ଙ୍କୁ ମିଳୁଥିବା ଦରମା ରେ ପରିବାର ପ୍ରତିପୋଷଣ କରୁଥିଲେ l ହେଲେ ଶରୀର ଅସୁସ୍ଥ କାରଣରୁ ୭ ମାସ ହେବ ପ୍ରଭାସଙ୍କ ମୃତ୍ୟୁ ଘଟିବା ପରେ ପୁଅ କୁନା ବେହେରାଙ୍କୁ ନିଯୁକ୍ତି ପାଇଁ ସରପଞ୍ଚ ଓ କମ୍ପାନୀ ମଧ୍ୟରେ ହୋଇଥିଲା ଆଲୋଚନା l ପରବର୍ତୀ ପର୍ଯ୍ୟାୟରେ ଦୁଇଦିନ ନିଯୁକ୍ତି ଦେବାପରେ ଆଉ ଡିୟୁଟି ଦେଇନଥିଲେ l ଯାହାକୁ ନେଇ ଶୁକ୍ରବାର ନୂଆଗଡ ପଞ୍ଚାୟତ ର ବାଲଡ଼ିଆ ଗ୍ରାମବାସି ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଫାଟକ ଅବରୋଧ କରି ଧାରଣା ରେ ବସିରହିଥିଲେ l ଯାହା ଫଳରେ କମ୍ପାନୀ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ କାର୍ଯ୍ୟକୁ ଯିବାପାଇଁ ଫାଟକ ସମ୍ମୁଖରେ ଶହ ଶହ ସଂଖ୍ୟାରେ ଶ୍ରମିକ ଓ କର୍ମଚାରୀ ଠିଆ ହୋଇ ରହିଛନ୍ତି l ଜେ ପର୍ଯ୍ୟନ୍ତ ନିଯୁକ୍ତି ମିଳିନାହିଁ ସେ ପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ଗ୍ରାମବାସୀ ଚେତାବନୀ ଦେଇଥିବା ବେଳେ ଘଟଣାସ୍ଥଳ ରେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ଧାରଣାରତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ l