ପୁରୀରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ
ପୁରୀରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ
admin
May 3, 2019 - 03:02
Updated: May 3, 2019 - 03:02
ଭୁବନେଶ୍ୱର : ପୁରୀରେ ବାତ୍ୟା ଫନିର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସକାଳ ୮ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯାହାର ପ୍ରଭାବରେ ପୁରୀରେ ୧୭୫ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ମଧ୍ୟ ହୋଇଛି । ଧିରେଧିରେ ଫନିର ପ୍ରକୋପ ବଢ଼ିବାରେ ଲାଗିଥିବାବେଳେ ତାହାର ପ୍ରଭାବ ଭୁବନେଶ୍ୱରରେ ମଧ୍ୟ ବେଶ ପରିଲକ୍ଷିତ ହୋଇଛି ।
ବାତ୍ୟା ଫନି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ଆର୍ମି ଓ ନାଭି ମଧ୍ୟ ସଜାଗ ରହିଛନ୍ତି । ଅପରପକ୍ଷରେ ଏନଡ଼ିଆରଏଫ ଓ ଓଡ୍ରାଫ ଟିମ ମଧ୍ୟ ସଜାଗ ଥିବାବେଳେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ତୀକ୍ଷ୍ଣ ନଜର ରଖିଛନ୍ତି ।
ସେହିପରି ଭୁବନେଶ୍ୱରରେ ବାତ୍ୟା ଦ୍ୱାରା ଯେମିତି ଜନସାଧାରଣ ପ୍ରଭାବିତ ନହେବେ ସେଥିପ୍ରତି ବିଏମସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବ୍ୟବସ୍ଥାକୁ ତଦାରଖ କରାଯାଇଥିବାବେଳେ ରେଡ଼କ୍ରସକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ପ୍ରକାଶ କରିଛନ୍ତି ।