ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ : ୬ରେ ଛତିଶଗଡ଼-ଓଡ଼ିଶା

ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ : ୬ରେ ଛତିଶଗଡ଼-ଓଡ଼ିଶା

ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ : ୬ରେ ଛତିଶଗଡ଼-ଓଡ଼ିଶା
ସମ୍ବଲପୁର: ଆସନ୍ତା ୬ ତାରିଖ ଦିନ ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ ଅନୁଷ୍ଠିତ ହେବ । ଛତିଶଗଡରÿ ରାୟପୁରରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁନୀଲ ନାୟକ ସୂଚନା ଦେଇଛନ୍ତି । ଡ୍ୟାମର ଜଳ ପରିଚାଳନା ନେଇ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ବୈଠକରେ ଉଭୟ ରାଜ୍ୟର ଜଳ ସମ୍ପଦ ଅଧିକାରମାନେ ଯୋଗଦେବେ । ଏଥିସହ ହୀରାକୁଦ ଡ୍ୟାମର ଉଚ୍ଚପଦାଧିକାରୀଙ୍କ ସମେତ ମୁଖ୍ୟଯନ୍ତ୍ରୀ ମଧ୍ୟ ଯୋଗଦେବେ । ଉଭୟ ରାଜ୍ୟ ମଧ୍ୟରେ ତଥ୍ୟ ଆଦାନପ୍ରଦାନ ଓ ସମନ୍ୱୟ ନେଇ ବୈଠକରେ ଆଲୋଚନା କରାଯିବ ବୋଲି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁନୀଲ ନାୟକ ସୂଚନା ଦେଇଛନ୍ତି । ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା କାରଣରୁ ଧିରେ ଧିରେ ହୀରାକୁଦ ଡ୍ୟାମ ଜଳସ୍ତର ବୃଦ୍ଧି ପାଉଛି । ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ଫୁଟ ରହିଛି । ଡ୍ୟାମର ଉପରମୁଣ୍ଡରେ ଆସନ୍ତା ଦିନରେ ବର୍ଷା ହେଲେ ଜଳସ୍ତର ବୃଦ୍ଧି ପାଇବ ଯାହା ବନ୍ୟା ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୬ରେ ଛତିଶଗଡ଼ ରାୟପୁରରେ ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ ବସିବ ।