‘ବଚନ ପାଣ୍ଡେ’ରେ ଅକ୍ଷୟଙ୍କ ନୂଆ ଅବତାର

‘ବଚନ ପାଣ୍ଡେ’ରେ ଅକ୍ଷୟଙ୍କ ନୂଆ ଅବତାର

‘ବଚନ ପାଣ୍ଡେ’ରେ  ଅକ୍ଷୟଙ୍କ ନୂଆ ଅବତାର
ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବଚନ ପାଣ୍ଡେ’ ର ପ୍ରଥମ ପୋଷ୍ଟର ଆସିବା ପରେ ତାଙ୍କ ନୂଆ ଅବତାରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । କଳା ରଙ୍ଗର ଲୁଙ୍ଗି ସାଙ୍ଗକୁ ମଥାରେ ତିଲକ ଏବଂ ଗଳାରେ ମୋଟା ହାର ଝୁଲୁଛି । ସାଜିଦ ନାଡିୟାୱାଲାଙ୍କ ପ୍ରଯୋଜିତ ଏବଂ ଫରହାଦ ସାମଜୀଙ୍କ ନିର୍ଦ୍ଦେଶିତ ଏ ଫିଲ୍ମଟି ଆସନ୍ତା ବର୍ଷ ପରଦାକୁ ଆସିବ । ଚର୍ଚ୍ଚା ହେଉଛି ସବୁ ନାମୀ ଦାମୀ ଅଭିନେତାଙ୍କୁ ଅକ୍ଷୟ ଏବେ ପଛରେ ପକାଇ ଦେଲେଣି । ଅନ୍ୟମାନଙ୍କ ଗୋଟିଏ ବର୍ଷରେ ଏକାଧିକ ଭଲ ବଜେଟ୍ର ଫିଲ୍ତମ ମିଳୁନଥିବା ବେଳେ ଅକ୍ଷୟଙ୍କ ଆତରେ ପାଞ୍ଚଟି ଫିଲ୍ମ । ବର୍ଷ ଆରମ୍ଭରେ ରିଲିଜ ହୋଇଥିବା ‘କେସରୀ’ ବକ୍ସ ଅଫିସରେ ଶହେ କୋଟି କ୍ଲବ ତାଲିକା ଅନ୍ତର୍ଭୁକ୍ତ । ଅଗଷ୍ଟ ୧୫ରେ ଆସୁଛି ‘ମିଶନ ମଙ୍ଗଲ’ । ସେପ୍ଟେମ୍ବରରେ ‘ଗୁଡ଼ ନ୍ୟୁଜ’ ପୁଣି ଦୀପାବଳୀରେ ‘ହାଉସଫୁଲ-୪’ । ସୁଟିଂ ସରିଥିଲେ ‘ହେରାଫେରୀ-୩’ ବି ରିଲିଜ ହୋଇପାରେ । ୨୦୨୦ ପାଇଁ ହାତରେ ଅଛି “ବଚ୍ଚନ ପାଣ୍ଡେ” ସହିତ ‘ଲକ୍ଷ୍ମି ବୋମ’, ‘ସୂର୍ଯ୍ୟବଂଶୀ’ ଓ ‘ପୃଥ୍ୱୀରାଜ ଚୌହାନ’ ବାୟୋପିକ୍ । ‘ବଚନ ପାଣ୍ଡେ’ରେ କୃତି ସେନନ କିମ୍ବା ତମନ୍ନା ଭାଟିୟା ମୁଖ୍ୟ ନାରୀ ଚରିତ୍ରରେ ଅଭିନୟ କରିପାରନ୍ତି ।