୬ରୁ ଯୁକ୍ତ୨ ନାମଲେଖା ପ୍ରକ୍ରିୟା

୬ରୁ ଯୁକ୍ତ୨ ନାମଲେଖା ପ୍ରକ୍ରିୟା

୬ରୁ ଯୁକ୍ତ୨ ନାମଲେଖା ପ୍ରକ୍ରିୟା
ଭୁବନେଶ୍ୱର: ରାଜ୍ୟରେ ଥିବା ୧୬୦୦ରୁ ଉର୍ଦ୍ଧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସେଲ୍ପ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଆସନ୍ତା ୬ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ଛାତ୍ରଛାତ୍ରୀ କେବଳ ଅନଲାଇନରେ ଆବେଦନ କରିପାରିବେ । ଅଫଲାଇନର କୌଣସି ଫର୍ମ ଗ୍ରହଣ କରାଯିବ ନାହିଁ । ଫର୍ମ ପୂରଣ କରିବା ପୂର୍ବରୁ ଛାତ୍ରଛାତ୍ରୀମାନେ କମନ ଆପ୍ଲିକେସନ ଫର୍ମକୁ ଭଲ ଭାବେ ପଢ଼ିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜୁନ ୬ ପୂର୍ବାହ୍ନ ୧୧ଟାରୁ ୱେସାଇଟରେ ସିଏଏଫ ଉପଲବ୍ଧ ହେବ । ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ନାମଲେଖା ପାଇଁ ଆବେଦନ ଶେଷ ହେବାପରେ ଜୁନ ୨୬ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଜୁନ ୨୮ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ସେହିପରି ଜୁଲାଇ ୮ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଏଥିପାଇଁ ଜୁଲାଇ ୯ରେ ନାମଲେଖା ହେବ । ଏହାସହ ଜୁଲାଇ ୨୪ରୁ ପ୍ରଥମ ବର୍ଷ ପାଇଁ ପାଠପଢା ଆରମ୍ଭ ହେବ ।