ଭାରତ-ଚୀନ ଯୁଦ୍ଧ ପାଇଁ ଋଣନୀତି ପ୍ରସ୍ତୁତି!

ଭାରତ-ଚୀନ ଯୁଦ୍ଧ ପାଇଁ ଋଣନୀତି ପ୍ରସ୍ତୁତି!

ଭାରତ-ଚୀନ ଯୁଦ୍ଧ ପାଇଁ ଋଣନୀତି ପ୍ରସ୍ତୁତି!
ବେଜିଂ: ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ବୃଦ୍ଧି ପାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଉଭୟ ନିଜର ରଣନୀତି ଆରମ୍ଭ କରିଛନ୍ତି । ଯୁଦ୍ଧ ପରିସ୍ଥିତିର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଜାତୀୟ ସୁରକ୍ଷା ପରାମର୍ଶଦାତା, ପ୍ରତିରକ୍ଷା ମୁଖ୍ୟ ଓ ତିନି ବାହିନୀର ସେନା ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ତିନି ସେନାମୁଖ୍ୟ ଓ ପ୍ରତିରକ୍ଷା ମୁଖ୍ୟଙ୍କ ସହ ଅଲଗା ବୈଠକ କରିଛନ୍ତି । ଅନୁରୂପ ଭାବେ ଚୀନ ରାଷ୍ଟ୍ରପତି ଚୀନ କେନ୍ଦ୍ରୀୟ ମିଲିଟାରୀ କମିସନର ଅଧ୍ୟକ୍ଷ ସି ଜିନପିଙ୍ଗ ସୈନ୍ୟବାହିନୀକୁ ଯୁଦ୍ଧ ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଜିନପିଙ୍ଗ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ଦେଇଥିବା ନିର୍ଦ୍ଦେଶରେ ଯୁଦ୍ଧ ଲାଗି ସଜାଗ ରହିବାକୁ କହିଛନ୍ତି । ଏପରିକି ସେନାକୁ ଏକଜୁଟ କରିବା ଓ ଆବଶ୍ୟକ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କରୋନା ବିପର୍ଯ୍ୟୟ ଯୋଗୁ ଚୀନର ଜାତୀୟ ସୁରକ୍ଷା ବିପର୍ଯ୍ୟସ୍ତ ହୋଇଥିବା ସତ୍ତ୍ୱେ ଏପରି ପ୍ରସ୍ତୁତି ଲାଗି ଆହ୍ୱାନ ଦିଆଯାଇଛି । ଚୀନ ରାଷ୍ଟ୍ରାୟତ୍ତ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦେଶର ସାର୍ବଭୌମତ୍ୱ ଓ ଜାତୀୟ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ରାଷ୍ଟ୍ରପତି ଜିନପିଙ୍ଗ ସେନାକୁ ସମନ୍ୱିତ ପଦକ୍ଷେପ ନେବାକୁ କହିଛନ୍ତି । ଭାରତ ସହିତ ସୀମା ବ୍ୟତୀତ ତାଇୱାନ ସମସ୍ୟା ଚୀନ ପାଇଁ ଅନ୍ୟ ଏକ ଆହ୍ୱାନ ହୋଇଛି । ତାଇୱାନକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିବା ଲାଗି ଆମେରିକା ସହଯୋଗ କରୁଥିବା ବେଳେ ଚୀନ ଏଥିରେ ବିଚଳିତ ହୋଇପଡ଼ିଛି ।