ପାଦ ଫଟୋ ବିକି୍ର କରି ମାସିକ ୨.୯ ଲକ୍ଷ ଆୟ

ପାଦ ଫଟୋ ବିକି୍ର କରି ମାସିକ ୨.୯ ଲକ୍ଷ ଆୟ

ପାଦ ଫଟୋ ବିକି୍ର କରି ମାସିକ ୨.୯ ଲକ୍ଷ ଆୟ
ସହଜରେ ଟଙ୍କା ରୋଜଗାର କରିବାକୁ କିଏ ବା ନ ଚାହେଁ । ବର୍ତ୍ତମାର ଇଣ୍ଟରନେଟ ଯୁଗରେ କିଛି ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଅର୍ଥ ଆୟର ଅଜବ ତରିକା ଆପଣାଉଥିବା ଖବର ଶୁଣିବାକୁ ମିଳୁଛି । ଆମେରିକାର ଏରିଜୋନା ସ୍ଥିତି ଜଣେ ବ୍ୟକ୍ତି ଏଭଳି ଏକ ଅଜବ ତରିକାରେ ଟଙ୍କା ରୋଜଗାର କରୁଛନ୍ତି । ଏହା ଏବେ ସବୁଠୁ ଚର୍ଚ୍ଚିତ ଖବର ହୋଇଛି । ତାଙ୍କର ଆୟର ମାତ୍ରା ଶୁଣିଲେ ଆପଣ ବି ଚକିତ ହେବେ । ନିଜ ପାଦର ଫଟୋ ବିକି୍ର କରି ବ୍ୟକ୍ତି ଜଣକ ମାସିକ ପ୍ରାୟ ୨.୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ୟୁନିଲାଡରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୩୫ ବର୍ଷୀୟ ଜାସନ ଷ୍ଟର୍ମ ନିଜ ପାଦର ଫଟୋ ଉଭୟ ପୁରୁଷ ଓ ମହିଳାଙ୍କୁ ବିକ୍ରୟ କରି ମାସିକ ୪ ହଜାର ଡଲାର ରୋଜଗାର କରୁଛନ୍ତି । ତାଙ୍କର ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ରହିଛି । ଯାହାକୁ ସେ ସମ୍ପୂର୍ଣ୍ଣ ରୂପେ ନିଜର ପାଦ ଫଟୋ ପାଇଁ ଉତ୍ସର୍ଗ କରିଛନ୍ତି । ଏଠାରେ ଜାସନଙ୍କର ୪ ହଜାର ୯ ଶହ ଫଲୋଅର୍ସ ରହିଛନ୍ତି । ‘ଓନଲି ଫ୍ୟାନସ’ ଜରିଆରେ ମଧ୍ୟ ଜାସନ ଟଙ୍କା ଆୟ କରନ୍ତି । ଏହି ପୋର୍ଟାଲ ମାଧ୍ୟମରେ ସେ ନିଜ ଗ୍ରାହକଙ୍କୁ ସ୍ୱତନ୍ତ୍ର ଫଟୋ ପଠାଇଥାନ୍ତି । ଏଥିପାଇଁ ମାସିକ ହାରାହାରି ସବସ୍କି୍ରପସନ ମୂଲ୍ୟ ୭.୯୯ ଡଲାର । ନିଜ ଆୟର ରହସ୍ୟ ବିଷୟରେ ଜାସନ କହିଛନ୍ତି । ତାଙ୍କ ଗ୍ରାହକଙ୍କର ଫ୍ଲଟ ଫେଟିସ (ପାଦ ପ୍ରତି ଅହେତୁକ ଦୁର୍ବଳତା ବା କାମନା) ରହିଛି । ସେମାନଙ୍କ ଦୁର୍ବଳତାକୁ ଜାସନ ଭଲ ଭାବେ ବୁଝିପାରନ୍ତି । କାରଣ ତାଙ୍କ ମଧ୍ୟ ଫୁଟ ଫେଟିସ ବା ପାଦ ପ୍ରତି ଦୁର୍ବଳତା ରହିଛି । ଏହି କାରଣ ପାଇଁ ଅନ୍ୟମାନଙ୍କ ପାଦ ଫଟୋ ଓ ତାଙ୍କ ପାଦର ଫଟୋ ମଧ୍ୟରେ ତାଙ୍କ ପ୍ରଶଂସକମାନେ ବହୁତ ବଡ଼ ଧରଣର ପାର୍ଥକ୍ୟ ଲକ୍ଷ୍ୟ କରନ୍ତି । ଅନଲାଇନ ମିଳୁଥିବା ମାଗଣା ସୁବିଧା ଅପେକ୍ଷା ଜାସନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ତାଙ୍କ ପାଦର ଫଟୋ ଜରିଆରେ ନିଜର ଇଚ୍ଛା ପୂରଣ କରନ୍ତି । ଜାସନ ବର୍ତ୍ତମାନ କେବଳ ଏହି ଏକମାତ୍ର ପନ୍ଥା ଜରିଆରେ ଟଙ୍କା ଆୟ କରୁଛନ୍ତି । ଏ ବିଷୟରେ ନିଜ ପରିବାର ଓ ବନ୍ଧୁଙ୍କ ସହ କଥା ହେବାରେ ଜାସନଙ୍କର କୌଣସି ଅସୁବିଧା ହୋଇନଥିଲା ।